ବିବାଦ ଘେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରୁଜୁ ହେବ ମାମଲା

ନୂଆଦିଲ୍ଲୀ: ବିବାଦ ଘେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ସୀତାରମଣଙ୍କ ନାମରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି ବେଙ୍ଗାଲୁରୁର ସ୍ବତନ୍ତ୍ର କୋର୍ଟ ।

ଏହିଭଳି ଏକ ମାମଲାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କିଛି ବ୍ୟକ୍ତିଙ୍କ ନାମରେ ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ ବେଙ୍ଗାଲୁରୁ ସ୍ଥିତ ଜନପ୍ରତିନିଧିର ବିଶେଷ ଅଦାଲତ ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି ।

ଏହି କାରଣରୁ ସେ ଏବେ ଅଡୁଆରେ ଫସିଯାଇଥିବା କୁହାଯାଉଛି।କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୁଲିସ୍‌ ଏବେ ସୀତାରମଣ ଓ ତାଙ୍କ ସହ ଥିବା ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ। ରାଜନୈତକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏନେଇ ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ଚାଲିଛି ।

Leave a Reply

Your email address will not be published. Required fields are marked *