ଯାଜପୁର ଜିଲ୍ଲାର ଯେତିକି ଉନ୍ନତି ହେବା କଥା, ସେତିକି ହୋଇନି: ମୁଖ୍ୟମନ୍ତ୍ରୀ

ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ବିକାଶ ନାଆଁରେ ବିନାଶ କରିଛି ବିଜେଡି। ଗୋଟିଏ ନୁହେଁ, ୩ ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି। ସେମାନେ ଯାଜପୁରକୁ ଲୁଟିଛନ୍ତି। ସେମାନେ ନିଜକୁ ନବୀନଙ୍କ କ୍ରୀତଦାସ ବୋଲି କହୁଥିଲେ। କାହାକୁ ନ୍ୟାୟ ଦେଇନାହାନ୍ତି ଯାଜପୁର ଶିଳ୍ପସମୃଦ୍ଧ ଜିଲ୍ଲା ଓ ଖଣିଖାଦାନରେ ଭରପୁର ହୋଇ ବି ଏଠି ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଏଠି ଲୋକେ ଗରିବ। ସଂପୂର୍ଣ୍ଣ ନାରୀ ଜାତିକୁ ଅସମ୍ମାନ କରିଛନ୍ତି। ପିଇଓ ସ୍ମିତାରାଣୀ ମାମଲାର ଦୋଷୀକୁ ଦଣ୍ଡ ଦେବା ବଦଳରେ ବିଜେଡି ଦୋଷୀକୁ ଘଣ୍ଟ ଘୋଡାଇଛି। ସ୍ମିତାରାଣୀ ମାମଲାର ଉପଯକ୍ତ ତଦନ୍ତ କରାଯିବ ଓ ଦୋଷୀକୁ ଦଣ୍ଡ ଦିଆଯିବ।ସେ ଆହୁରି କହିଛନ୍ତି, କୁଆଡ଼େ ଗଲା ସମୃଦ୍ଧ ଜିଲ୍ଲା, ଆପଣମାନେ ଉଚିତ୍ ଜବାବ ଦେଲେ। ଯାଜପୁର ଜିଲ୍ଲାର ୭ଟିଯାକ ବିଧାନସଭା ଆସନରେ ବିଜେପି ଜିତିବା ପାଇଁ ଆପଣମାନେ କାମ କରିବେ ।

Leave a Reply

Your email address will not be published. Required fields are marked *