ବାଇକ ଦୁର୍ଘଟଣା: ଜୀବନ୍ତ ଜଳିଗଲେ ଯୁବକ, ଅନ୍ୟ ଆରୋହୀଙ୍କ ଅବସ୍ଥା ସଂକଟାପନ୍ନ

ରାଉରକେଲା: ଆଜି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଦୁର୍ଘଟଣାପରେ ଗାଡ଼ିରେ ନିଆଁ ଲାଗିବାରୁ ଜୀବନ୍ତ ପୋଡ଼ିଯାଇଛନ୍ତି ଜଣେ ଯୁବକ। ଅନ୍ୟଜଣେ ବାଇକ ଆରୋହୀଙ୍କ ଅବସ୍ଥା ସଂକଟପନ୍ନ ଅଛି। ସୋମବାର ସକାଳ ପ୍ରାୟ ୧୦ଟା। ସୀମାନ୍ତ ଝାଡ଼ଖଣ୍ଡର ସୀମଡେଗା ଜିଲ୍ଲାର ଦୁଇଜଣ ଯୁବକ ରାଉରକେଲାକୁ ଆସୁଥିଲେ ।

ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡାପାଣି ରାସ୍ତାରେ ବିପରୀତ ଦିଗରୁ ଏକ ସ୍କୁଟିରେ ଯାଉଥିବା ବୃଦ୍ଧଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକର ତେଲଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। ଏଥିରେ ବାଇକ ଚାଳକ ଜୀବନ୍ତ ଜଳିଯାଇଥିଲେ। ପଛପଟେ ବସିଥିବା ଆରୋହୀ ମଧ୍ୟ ବହୁମାତ୍ରାରେ ପୋଡ଼ିଯାଇଛନ୍ତି ।

Leave a Reply

Your email address will not be published. Required fields are marked *