ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ: ପୁଣି ଭାରରେ ବୁହାହେଲେ ରୋଗୀ

ଚିତ୍ରକୋଣ୍ଡା: ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସାରିଆପାଲ୍ଲୀ ଗ୍ରାମରୁ ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଞ୍ଚାୟତ ର ଆରଏସସି-୧୦ କୁ ପାହାଡ଼ କାଟି ଏକ ପ୍ରଧାନମନ୍ତ୍ରୀ ସଡକ ଯୋଜନା ନିର୍ମାଣ ହୋଇଛି। ଏହି ସଡକ ଟି ନିର୍ମାଣ ହୋଇଛି ସତ କିନ୍ତୁ ନିଳାକାମ୍ବେରୁ ପଂଚାୟତର ମନ୍ତ୍ରୀପୁଟ ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ କରାଯାଇନାହିଁ। ଯାହାଫଳରେ ଏହି ବ୍ରିଜର କାର୍ଯ୍ୟ ହୋଇନଥିବା ହେତୁ ଏହି ଝରଣା ଦେଇ ଲୋକେ କେବଳ ବାଇକରେ ହିଁ ଯାତାୟାତ କରିପାରୁଛନ୍ତି। ରାସ୍ତା କାମ ସମ୍ପୂର୍ଣ ହୋଇ ବି ଏହି ସେତୁ କାର୍ଯ୍ୟ ଆରଡି ବିଭାଗ ପକ୍ଷରୁ କରାଯାଉ ନଥିବାରୁ କୌଣସି ଚାରି ଚକିଆ ଯାନ କିମ୍ବା ଆମ୍ବୁଲାନ୍ସ ଗ୍ରାମକୁ ପହଂଚିପାରୁନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମର ଯଦି କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ଏହିପରି ଭାବେ ଭାର ରେ ବୁହା ହୋଇ ରୋଗୀଙ୍କୁ ଆଣୁଛନ୍ତି। ପରେ ସେଠାରୁ ଆସି ଆମ୍ବୁଲାନ୍ସ ରୋଗୀ ଙ୍କୁ ମେଡିକାଲ ନେଇଯାଉଥିବା ଗ୍ରାମବାସୀ କହିଛନ୍ତି ।

ଆଜି ରଥଗୁଡା ଗ୍ରାମର ଡମ ପୂଜାରୀ(୫୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ଭୀଷଣ ଖରାପ ହୋଇଥିଲା।ଆମ୍ବୁଲାନ୍ସ ଡାକି ଥିଲେ ଗାଁ ଲୋକେ, କିନ୍ତୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରି ନଥିଲା। ବାଧ୍ୟ ହୋଇ ଗ୍ରାମବାସୀମାନେ ଏକ ଭାର ସାହାଯ୍ୟରେ ଗାଁରୁ କିଛି ଦୂର ଚାଲିଚାଲି ଆସିବା ପରେ ନାଳ ପାର କରାଇ ଆମ୍ବୁଲାନ୍ସ ନିକଟରେ ଡମୁ ପୂଜାରୀଙ୍କୁ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ବାଲିମେଳାମେଡିକାଲ ମେଡିକାଲକୁ ନିଆଯାଇଥିଲା । ତେବେ ତୁରନ୍ତ ଗ୍ରାମବାସୀ ଏହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *