
ସୁନ୍ଦରଗଡ଼: ହେମଗିର ଥାନା ଟାଙ୍ଗରଡିହିରେ ଗତକାଲି ରାତି ୯ଟାରେ ଘଟିଛି ଏକ ହତ୍ୟାକାଣ୍ଡ। ନିଶାରେ ଚୁର୍ ଜଣେ ବ୍ୟକ୍ତି ଅନ୍ଯ ଜଣଙ୍କୁ ପଥରରେ ଛେଚି ହତ୍ୟା କରିଛି। ମୃତକ ହେଲେ ଗାଁର କରନ ସିଂ। ହତ୍ୟା ଅଭିଯୁକ୍ତ ହେଲେ ସନବୋଧ ବୁଡ଼ା ।
ଦୁହେଁ ସାଙ୍ଗ ହୋଇ ମଦ ପିଇବା ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ସନବୋଧ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ସନବୋଧକୁ ଅଟକ ରଖି ପଚରାଉଚରା କରୁଛି ।