ଆଜି ମହାଳୟା: ନାଭିଗୟାରେ ପିଣ୍ଡଦାନ କରିବେ ହଜାର ହଜାର ଶ୍ରଦ୍ଧାଳୁ

ଯାଜପୁର: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଥିବା ନାଭିଗୟାରେ ପିତୃପକ୍ଷ ପିଣ୍ଡଦାନର ଶେଷ ଦିନ ରହିଛି। ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଅବସରରେ ଯାଜପୁରର ନାଭିଗୟା ଠାରେ ଦୈନିକ ଶହଶହ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ପିଣ୍ଡଦାନ କରୁଛନ୍ତି ।

ଆଜି ପିତୃ ପକ୍ଷର ଶେଷ ଦିନ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପିଣ୍ଡଦାନ ସ୍ଥଳୀକୁ ଟେଣ୍ଡର ବ୍ୟବସ୍ଥା କରାଯାଇଥିବା ବେଳେ ପାନୀୟ ଜଳ ଓ ପୁଲିସ ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *