ବିଜେଡିକୁ ଭାଙ୍ଗିବାକୁ ପଡ଼ିବନି, ଆପେ ଆପେ ଭୁଶୁଡ଼ି ଯିବ: ସନାତନ ବିଜୁଳି

ବୈଶିଙ୍ଗା: ରାଜ୍ୟରେ ପ୍ରମୁଖ ବିରୋଧୀ ଆଞ୍ଚଳିକ ଦଳ ବିଜେଡିକୁ ନେଇ ବଡ଼ସାହି ବିଧାୟକ ସନାତନ ବିଜୁଳ ଏକ ବଡ଼ ବୟାନ ଦେଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି। ଆଉ ବିକଳ୍ପ ନାହିଁ। ବିଜେଡିକୁ ଆଉ ଭାଙ୍ଗିବାକୁ ପଡ଼ିବନି। ଆପେଆପେ ଏହି ଦଳ ଭାଙ୍ଗିଯିବ। ଦେଶରେ ଭାରତୀୟ ଜନତା ପାର୍ଟି ଏକମାତ୍ର ବିକଳ୍ପ। ତେଣୁ ବିଜେପିରେ ସମସ୍ତେ ମିଶିବାକୁ ଇଚ୍ଛା ପ୍ରକାଶ କରିବେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଥିବା ବେଳେ ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି ଓ ଏହି ଧାରା ଆଗକୁ ଜାରି ରହିବ ବୋଲି ବିଧାୟକ ଶ୍ରୀ ବିଜୁଳି କହିଥିଲେ।ତେବେ ମନମୋହନ ବିଜେଡିକୁ ଟାର୍ଗେଟ୍‌ କରିଥିବାବେଳେ ବଦ୍ରି ଆଜି ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ବଦ୍ରି କହିଥିଲେ କି ଯଦି ତାକତ ଅଛି ବିଜେଡି ଖାଲି କରିକି ଦେଖାଅ। ଖାଲି ବୟାନବାଜିରେ ଲାଭ ନାହିଁ ।

କାହା ମୁହଁରେ ହାତ ଦେଇ ହେବ କି? ବିଜେଡି ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର ତାକତ ଅଛି କି ବୋଲି ବଦ୍ରି ମନମୋହନଙ୍କୁ ପ୍ରଶ୍ନ କରିଥିଲେ।ଏହି କ୍ରମରେ ସନାତନ ପୁଣି ବିଜେଡିକୁ କଡା ଜବାବ ଦେଇଥିଲେ। ସେ କହିଥିଲେ, ‘ବିଜେଡିର ଅନେକ ନେତା ଭାଜପାରେ ମିଶିବା ଲାଗି ଆବେଦନ କରିଛନ୍ତି ।

ଏପରି ଜାରି ରହିଲେ ତାଙ୍କ ଦଳ ଶୂନ୍ୟ ହୋଇଯିବ। ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ଆସି ଭାଜପାରେ ମିଶିଲେ। ୨ ରାଜ୍ୟସଭା ସାଂସଦ ମଧ୍ୟ ଭାଜପାରେ ମିଶିଲେଣି। ଆଗକୁ ଆହୁରି ଅନେକ ନେତା ମିଶିବେ। ସେମାନେ ନିଜ ଇଚ୍ଛାରେ ଭାଜପାରେ ମିଶିବାକୁ ନିବେଦନ କରୁଛନ୍ତି। ଯଦି ଏପରି ଧାରା ଲାଗି ରହେ ବିଜେଡି ଶେଷ ହୋଇଯିବ। ଉଭୟ ଦଳର ନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ ରାଜ୍ୟ ରାଜନୀତି ସହିତ ବଡ଼ସାହି ନିର୍ବାଚନୀ କ୍ଷେତ୍ରରେ ମଧ୍ୟରେ ହଇଚଇ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *