ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣା: ଥାନାରେ ଡିଏଫଓଙ୍କୁ ଜେରା

ଭବାନୀପାଟଣା (ଓଡ଼ିଶା ଟୁଡେ) : କଳାହାଣ୍ଡିର ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ଘଟଣାରେ ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ପୁଲିସ ପକ୍ଷରୁ ଜେରା କରାଯାଇଛି। ଆଜି ବି ତାଙ୍କୁ ପୁଣି ଜେରା କରାଯିବ ବୋଲି ସୂଚନା ରହିଛି।କୋର୍ଟରୁ ଅନ୍ତରୀଣ ସୁରକ୍ଷା ପାଇବା ପରେ ଡିଏଫଓ ଦେବେନ୍ଦ୍ର ବେହେରା ଗତକାଲି ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ। ଭବାନୀପାଟଣା ଟାଉନ ପୁଲିସ ଥାନାରେ ଏସଡିପିଓ ତାଙ୍କୁ ଗୁଡାଇତୁଡାଇ ଦୀର୍ଘ ସମୟ ଜେରା କରିଥିବା ସୂଚନା ମିଳିଛି। ଡିଏଫଓ ମୃତ ଫରେଷ୍ଟରଙ୍କୁ ପିସି ମାଗି ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ମୃତକ ସଞ୍ଜୟ ନାୟକଙ୍କ ପତ୍ନୀ। ରାୟଗଡ଼ା ଡିଏଫଓ ଦେବେନ୍ଦ୍ର ବେହେରାଙ୍କ ସହ ଏସିଏଫ ରଜନୀକାନ୍ତ ରାଓ, ରାୟଗଡ଼ା ଏରିଆ ରେଞ୍ଜର ପ୍ରକାଶ ରଥଙ୍କୁ ବି ଜେରା କରାଯାଇଛି ।

Leave a Reply

Your email address will not be published. Required fields are marked *