କେନ୍ଦୁଝର ଢେଙ୍କିକୋଟରେ ବଡ ଦୁର୍ଘଟଣା: ଟ୍ରଲର ଧକ୍କାରେ ତିନି ଯୁବକଙ୍କର ମୃତ୍ୟୁ

ଘଟଗାଁ : କେନ୍ଦୁଝର ଜିଲ୍ଲା ଢେଂକିକୋଟ ଗୋଦାବରୀ ହୋଟେଲ ନିକଟରେ ବାଇକକୁ ପିଟିଲା ଟ୍ରଲର | ଆଉ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତଙ୍କର ଘଟଗାଁ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି l ମୃତକମାନେ ଢେଂକିକୋଟରୁ ଘଟଗାଁ ଆଡକୁ ଆସୁଥିବାବେଳେ ଟ୍ରଲରଟି କେନ୍ଦୁଝର ଆଡକୁ ଯାଉଥିଲା |

ତେବେ ଏହି ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିଲା | ଢେଂକିକୋଟରେ ଓବରବ୍ରିଜ ନିର୍ମାଣ ପାଇଁ ରାସ୍ତା ୱାନୱେ ହୋଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି l ମୃତକମାନେ ହେଲେ ମସିଣାବିଲା ଗ୍ରାମର ବଳଭଦ୍ର ଖଟୁଆ, ସାନବରବେଡା ଗ୍ରାମର ମହେଶ୍ୱର ନାଏକ ଓ ଅନ୍ୟ ଜଣେ ମୃତକର ପରିଚୟ ମିଳିନି l ଘଟଣାସ୍ଥଳରେ ଘଟଗାଁ ଏବଂ ଢେଂକିକୋଟ ପୁଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି l

Leave a Reply

Your email address will not be published. Required fields are marked *