ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଓ ତାଙ୍କର ଦୁଇ ପୁଅଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଳୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ସୋମବାର ଦିନ ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ଜାମିନ ପ୍ରଦାନ କରିଛନ୍ତି।ସ୍ୱତନ୍ତ୍ର ଜଜ୍ ବିଶାଲ ଗୋଗେନ୍ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ବଣ୍ଡରେ ଜାମିନ ପ୍ରଦାନ କରିଥିବା ସୂଚନା ରହିଛି ।

ତେବେ ଆମେ ଏଠାରେ ଜଣାଇ ଦେଉଛୁ ଯେ ମାମଲାର ତଦନ୍ତ ବେଳେ ସେମାନଙ୍କୁ ଗିରଫ କରାଯାଇନଥିଲା।ସେମାନଙ୍କ ବିରୋଧରେ ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍ ଆଧାରରେ ପୂର୍ବରୁ ସେମାନଙ୍କୁ ସମନ ଜାରି କରାଯିବା ପରେ ଅଭିଯୁକ୍ତମାନେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଅଗଷ୍ଟ ୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡା ଦ୍ବାରା ଚୂଡ଼ାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯାଇଥିଲା।ଏହି ତିନି ଅଭିଯୁକ୍ତଙ୍କୁ ସେମାନଙ୍କ ପାସପୋର୍ଟ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫ ତାରିଖକୁ ସ୍ଥଗିତ ରଖିଛନ୍ତି ନିର୍ଦ୍ଦେଶାଳୟ।ଉଲ୍ଲେଖଯୋଗ୍ୟ, ୨୦୦୪ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ଲୋକଙ୍କଠାରୁ ଜମି ନେଇ ଚାକିରି କରାଇ ଦେଉଥିବ ଅଭିଯୋଗ ହୋଇଥିଲା। ସେ ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନ୍‌ରେ ଗ୍ରୁପ୍‌-ଡି ଚାକିରି କରାଇ ଦେବା ପାଇଁ ସେ ଲୋକଙ୍କୁ ତାଙ୍କ ନାମରେ କିମ୍ବା ତାଙ୍କ ପରିବାରର କାହା ନାମରେ ଜମି କରାଇ ଦେବାକୁ ସର୍ତ୍ତ ରଖୁଥିବା ଅଭିଯୋଗ ହେବା ପରେ ବିବାଦ ଘନେଇଥିଲା ।

Leave a Reply

Your email address will not be published. Required fields are marked *