୩ ଦିନିଆ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି: ତିକ୍ତ ସଂପର୍କରେ ସୁଧାର ଆଣିବାକୁ ପ୍ରୟାସ

ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତିନି ଦିନିଆ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଦୁଇ ଦକ୍ଷିଣ ଏସୀୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ଉଦ୍ଦେଶ୍ୟରେ ମୁଇଜୁଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ଆଞ୍ଚଳିକ ଶକ୍ତି ଭାରତ ଓ ଚୀନ୍ ମଧ୍ୟରେ ମାଳଦ୍ୱୀପ ନିଜର ବୈଦେଶିକ ନୀତିକୁ ସନ୍ତୁଳିତ କରିବାକୁ ଚାହୁଛି। ଚଳିତ ବର୍ଷ ମାଳଦ୍ବୀପର ବିଭିନ୍ନ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଭାରତ ସଂପର୍କ ତିକ୍ତ ହୋଇଥିବାରୁ ଏହି ସମ୍ପର୍କରେ ସୁଧାର ଆଣିବା ପାଇଁ ଏବେ ମୁଇଜୁ ପ୍ରୟାସ କରୁଛନ୍ତି। ଗତ ମେ’ ମାସରେ ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ମୁସା ଜାମିର ଭାରତ ଗସ୍ତରେ ଆସିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଅଗଷ୍ଟମାସରେ ମାଳଦ୍ୱୀପ ଗସ୍ତରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *