ଅଜଣା ବ୍ୟକ୍ତିଙ୍କ ଦରପୋଡ଼ା ମୁଣ୍ଡ ଉଦ୍ଧାର: ଲୋକେ ଭୟଭୀତ

ସୋର: ଖନ୍ତାପଡ଼ା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପଣାପଣା ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଦରପୋଡ଼ା ମୁଣ୍ଡ ଉଦ୍ଧାର ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ଜଣେ ଅଜଣା ବ୍ୟକ୍ତିର କଟା ମୁଣ୍ଡ ଦରପୋଡ଼ା ଅବସ୍ଥାରେ ଦେଖି ଭୟଭୀତ ହେବା ସହିତ ଖନ୍ତାପଡ଼ା ପୁଲିସକୁ ଖବର ଦେଇଥିଲେ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦରପୋଡ଼ା ମୁଣ୍ଡକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କଟା ମୁଣ୍ଡଟି କୌଣସି ପୁରୁଷ କିମ୍ବା କୌଣସି ମହିଳାଙ୍କର ଜଣାପଡ଼ିନଥିବା ବେଳେ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *