ନକ୍ସଲଙ୍କ ଚେତାବନୀ: ବିଜେପି ଛାଡ଼, ନଚେତ ମୃତ୍ୟୁକୁ ଆପଣାଅ

ମାଲକାନଗିରି: ସୀମାନ୍ତରେ ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି। ତାହା ଭୁଲ ପ୍ରମାଣିତ ହେଉଛି। କାରଣ ପ୍ରତିଦିନ ନକ୍ସଲ ପୋଷ୍ଟର ଏବଂ ବ୍ୟାନର କିମ୍ବା ପ୍ରେସ୍‌ ବିଜ୍ଞପ୍ତିରେ ନିଜର ପ୍ରଚାର ପ୍ରସାର କରିବା ସହ ଲୋକଙ୍କୁ ହତ୍ୟା କରିବା ଏବଂ ଧମକାଇବା ଭଳି ଘଟଣା ଘଟୁଛି।ଆଜି ମଦଦେଡ ଏରିଆ କମିଟି ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଭପାଲପାଟଣମ୍ ଏରିଆର ଦୁଇ ଜଣ ବିଜେପି ନେତାଙ୍କୁ ଟାର୍ଗେଟ କରାଯାଇଛି ।

ଭପାଲପାଟଣମ୍ ଏରିଆ କମିଟିର ସଭାପତି ୟାମଲ ଭେଙ୍କେଟେସ ଏବଂ ବିଲାଲ ଖାନ ଗାଁ ଗାଁ ବୁଲି ବିଜେପିର ସଦସ୍ୟତା କରୁଥିବା ବେଳେ ଗାଁରେ ସଂଗଠନ କରି ଲୋକଙ୍କୁ ଡରାଇ ଧମକାଇ ଜବରଦସ୍ତ ଟଂକା ଆଦାୟ କରୁଥିବା ନକ୍ସଲ ଅଭିଯୋଗ କରିଛନ୍ତି। ବିଜେପି ସଂଗଠନକୁ ଗାଁ ଗାଁରେ ମଜବୁତ କରୁଛନ୍ତି। ବିଭିନ୍ନ ଆଶ୍ରମ ହୋଷ୍ଟେଲକୁ ଯାଇ ସେଠାରୁ ୨୦ରୁ ୩୦ ହଜାର ଟଂକା ଜବରଦସ୍ତ ଆଦାୟ କରୁଛନ୍ତି।ନକ୍ସଲ ସଂଗଠନ ପକ୍ଷରୁ କୁହାଯାଇଛି ଯେ ବିଜେପି ସହ କେହି ହାତ ମିଳାନ୍ତୁ ନାହିଁ। ନିଜର ଜୀବନକୁ ବାଜିରେ ଲଗାନ୍ତୁ ନାହିଁ। ଛତିଶଗଡ଼ର ବିଷ୍ଣୁଦେବ ସାଏ ସରକାର କଗାର ନାମରେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରୁଛି।ଯାହାକୁ ସଂଗଠନ କେବେ ମଧ୍ୟ ପୂରଣ କରିବାକୁ ଦେବ ନାହିଁ ବୋଲି କହିଛି।ଏହି ଦୁଇ ନେତାଙ୍କୁ ମଦଦେଡ ଏରିଆ କମିଟି ତରଫରୁ ଅନୁରୋଧ କରାଯାଉଛି ଯେ ଏଥିରେ ସେମାନେ ନିବୃତ୍ତ ରୁହନ୍ତୁ ଏବଂ ବିଜେପି ପାର୍ଟି ଛାଡି ଖୁସିରେ ରୁହନ୍ତୁ ।

ନଚେତ ଆଗାମୀ ଦିନରେ ସେମାନଙ୍କର ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ସଚିବ ବୁଚ୍ଚନ୍ନ ଚେତାବନୀ ଦେଇଛି। ଲୋକମାନଙ୍କୁ ନକ୍ସଲ ସଂଗଠନ ପକ୍ଷରୁ କୁହାଯାଇଛି ଯେ ବିଜେପି ସହ କେହି ହାତ ମିଳାନ୍ତୁ ନାହିଁ। ନିଜର ଜୀବନକୁ ବାଜିରେ ଲଗାନ୍ତୁ ନାହିଁ। ଛତିଶଗଡ଼ର ବିଷ୍ଣୁଦେବ ସାଏ ସରକାର କଗାର ନାମରେ ନକ୍ସଲ ସଂଗଠନକୁ ଭାଙ୍ଗିବାକୁ ଚେଷ୍ଟା କରୁଛି।ଯାହାକୁ ସଂଗଠନ କେବେ ମଧ୍ୟ ପୂରଣ କରିବାକୁ ଦେବ ନାହିଁ ବୋଲି କହିଛି।

Leave a Reply

Your email address will not be published. Required fields are marked *