ଦୁବାଇ: ମହିଳା ଟି-୨୦ ବିଶ୍ୱକପ ୨୦୨୪ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ସହିତ ମୁହାଁମୁହିଁ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ପାଇଁ ଏହା ଏକ କର ବା ମର ମ୍ୟାଚ୍। ଟୁର୍ନାମେଣ୍ଟରେ ରହିବାକୁ ହରମାନପ୍ରୀତଙକ ଦଳକୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ। ସେମିଫାଇନାଲ ପାଇଁ ଟିକେଟ୍ ପାଇବା ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଭଳି ଶ୍ରୀଲଙ୍କା ବିପକ୍ଷରେ ଏକ ବଡ଼ ବିଜୟ ଆବଶ୍ୟକ କରୁଛି ।
ପ୍ଲେଇଙ୍ଗ ୧୧ରେ ଭାରତୀୟ ଦଳ କୌଣସି ପରିବର୍ତ୍ତନ କରିନାହିଁ। ତେବେ ପ୍ଲେଇଙ୍ଗ ୧୧ରେ ଶ୍ରୀଲଙ୍କା ଗୋଟିଏ ପରିବର୍ତ୍ତନ କରିଛି। ଅମା କାଞ୍ଚନା ଶ୍ରୀଲଙ୍କା ଦଳକୁ ଫେରିଛନ୍ତି। ହାସିନି ପେରେରାଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି ।