ଟନେଲରେ ପଥର ଖସିଲା: ଟ୍ରେନ୍ ଚଳାଚଳ ୩ ଘଣ୍ଟା ବନ୍ଦ

ଲକ୍ଷ୍ମୀପୁର: କୋରାପୁଟଠାରୁ ରାୟଗଡାକୁ ସଂଯୋଗ କରୁଥିବା କେ.ଆର ଲାଇନର ୩ ନମ୍ବର ଟନେଲ ଭିତରେ ଏକ ପଥର ଖସି ୱେୟାର ଉପରେ ପଡିବାରୁ ପ୍ରାୟ ତିନି ଘଣ୍ଟା ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ରେଳ ବିଭାଗ କର୍ମଚାରୀ ଟନେଲ ଭିତରେ ପଶି ପଥରକୁ ବାହାର କରିବା ସହ ୱେୟାର ସଜାଡ଼ିବା ପରେ ବର୍ତ୍ତମାନ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।ଟନେଲ ଭିତରେ ବାରମ୍ବାର ପଥର ଖସିବା ଘଟଣାକୁ ନେଇଁ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ।

ଯାତ୍ରୀମାନେ ମଧ୍ୟ ଅସୁରକ୍ଷିତ ମନେ କରୁଛନ୍ତି। ସେହିପରି ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ଷ୍ଟେସନରେ ରାଉରକେଲା ଟ୍ରେନ ତିନି ଘଣ୍ଟା ଅଟକି ରହିଥିବାବେଳେ କାକିରିଗୁମ୍ମାରେ ସମଲେଶ୍ୱରୀ ଓ ସିଙ୍ଗାରାମ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ଅଟକି ରହିଥିଲା। ତେବେ ପଥର ହଟାଯିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ।

Leave a Reply

Your email address will not be published. Required fields are marked *