ପାର୍ବଣ ରେ ଟ୍ରାଫିକ ଅବ୍ୟବସ୍ଥା

ଭବାନୀପାଟଣା ( ଓଡ଼ିଶା ଟୁଡେ ) : ମା ଦୁର୍ଗା ଙ୍କ ଆଗମନ କୁ ନେଇ ସମଗ୍ର ଧରା ପୃଷ୍ଠ ଆଜି ଉତ୍ସବ ମୁଖର । ପଲ୍ଲୀ ଠାରୁ ସହର ସବୁ ଜାଗା ସଜା ହୋଇଛି ମା ଙ୍କ ଆଗମନ ପାଇଁ , ଆଜି ପବିତ୍ର ମହା ଅଷ୍ଟମୀ ରେ ମା ଙ୍କ ପୂଜା ଅର୍ଚ୍ଚନା ପ୍ରତ୍ୟେକ ଦେବୀ ପୀଠ ରେ ବେଶ୍ ଧୁମ୍ ଧାମରେ ରେ ଚାଲିଛି । ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ପାଇଁ ଭବାନୀପାଟଣା ସହର ଆଜି ଚଳଚଞ୍ଚଳ ହୋଇପଡିଛି । ଭବାନୀପାଟଣା ର ବିଭିନ୍ନ ସ୍ଥାନ ରେ ମା ଦୁର୍ଗା ଙ୍କ ଆଗମନ କୁ ନେଇ ବେଶ୍ ଧୁମ୍ ଧାମରେ ରେ ସାଜସଜ୍ଜା ସହ ସହର ସାରା ଆଲୁଅ ରେ ସଜ୍ଜିତ କରାଯାଇଛି । ଆଜି ମା ଙ୍କୁ ଦର୍ଶନ କରିବାକୁ ଭକ୍ତ ଙ୍କ ବେଶ୍ ଭିଡ଼ ଲାଗିଛି । ଏଥିପାଇଁ ରାସ୍ତା ରେ ଲୋକ ଙ୍କ ସମାଗମ ଯୋଗୁ ସହର ରେ ଭିଡ଼ ଲାଗିଛି ସେଥିଯୋଗୁଁ ବହୁତ୍ ଲୋକ ଯିବା ଆସିବା କରିବାରେ ସମସ୍ୟା ହେଉଛି । ପ୍ରଶାସନ ର ଟ୍ରାଫିକ ଅବ୍ୟବସ୍ଥା ଯୋଗୁଁ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଥିଯୋଗୁଁ ଲୋକେ ଆସୋନ୍ତାଶ ପ୍ରକାଶ କରିଛନ୍ତି । ପାର୍ବଣ ଋତୁ କୁ ଦୃଷ୍ଟି ରେ ରଖି ପ୍ରଶାସନ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ରଖିବା ଆବଶ୍ୟକ । ଏତେ ଭିଡ଼ ପରେ ମଧ୍ୟ ପ୍ରଶାସନର କୋଣସି ବି ପଦକ୍ଷେପ ଗ୍ରହଣ କରିନାହାନ୍ତି । ପ୍ରଶାସନ ର ଅବହେଳା ଯୋଗୁଁ ଲୋକ ହଇରାଣ ହେଉଛନ୍ତି ।

Leave a Reply

Your email address will not be published. Required fields are marked *