ଶେଷ ଦୁଇ ଦିନରେ ଚୈତନ୍ୟ ନବଦୁର୍ଗା ଝାଙ୍କି ଦେଖିବାକୁ ପ୍ରବଳ ଭିଡ଼; ଯୋଗଦେଲେ ବିଧାୟକ ପ୍ରଦ୍ୟୁମ୍ନ ନାୟକ

ଭଂଜନଗର (ଓଡ଼ିଶା ଟୁଡେ, ୧୩/୧୦/୨୦୨୪) : ଭଞ୍ଜନଗର ଶାନ୍ତି ସ୍ରୋତ ଭବନରେ ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଚୈତନ୍ୟ ନବଦୁର୍ଗା ଝାଙ୍କି ର ଶେଷ ଦୁଇଦିନ ଅର୍ଥାତ୍ ଶୁକ୍ରବାର ଓ ଶନିବାର ଦିନ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।ଶୁକ୍ରବାର ପୂର୍ବାହ୍ନରେ ଶାନ୍ତି ଶୋଭାଯାତ୍ରା ଉଦ୍ଘାଟନ ହୋଇଥିଲା । ସନ୍ଧ୍ୟାରେ ଏସଡିପିଓ ସୁଜିତ୍ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଟୁଡେ ଚିଫ ଏଡ଼ିଟର ତଥା ବିଜଓକେ ଇଣ୍ଡିଆ ପ୍ରା. ଲି. ର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ଦାଶ, ଓଡ଼ିଶା ଟୁଡେ ନ୍ୟୁଜ୍ ହେଡ୍ ବବି ରଥ, ବିଏସ ବ୍ରଡବ୍ୟାଣ୍ଡ ପ୍ରା. ଲି. ମୁଖ୍ୟ ପରିଚାଳକ ବି ସୁଶାନ୍ତ ପାତ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ସହ ରାଜଯୋଗିନୀ ସନ୍ତୋଷିନୀ ଭଉଣୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବ୍ରହ୍ମାକୁମାର ଭାଇ ଓ ଭଉଣୀ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ନାୟକ ଇଶ୍ୱରୀୟ ସାଧନାରେ ବ୍ରହ୍ମାକୁମାର ଭାଇ ଭଉଣୀ ମାନଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ମାନବିକ ମୂଲ୍ୟବୋଧକୁ ବୁଝାଉଥିବା ଏକ ସଂଗୀତ ପରିବେଷଣ କରିଥିଲେ । ଅତିଥି ଶ୍ରୀ ଦାଶ ସମାଜ ସୁଧାରିବାରେ ଶାନ୍ତି ସ୍ରୋତ ଭବନର ପ୍ରୟାସକୁ ପ୍ରଶଂସା କରିଥିଲେ । ଅତିଥି ଶ୍ରୀ ରଥ ଏବଂ ଶ୍ରୀ ପାତ୍ର ମଧ୍ୟ ଈଶ୍ୱରୀୟ ମୂଲ୍ୟବୋଧ ବିଷୟରେ ନିଜ ଅଭିମତ ରଖିବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଅତିଥି ମାନଙ୍କ ସମ୍ବର୍ଦ୍ଧନା ସହ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।ଶନିବାର ଶେଷ ଦିନରେ ପୂର୍ବାହ୍ନରେ ଶାନ୍ତି ଶୋଭାଯାତ୍ରା ଉଦ୍ଘାଟନ ହୋଇଥିଲା । ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେବା ସହ ସମ୍ମାନିତ ଅତିଥି ଭାବରେ ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ, ଥାନା ଅଧିକାରୀ କୁମର ମୁଦୁଲି ମଞ୍ଚାସୀନ ହୋଇଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅତିଥି ମାନେ ଇଶ୍ଵରୀୟ ଚେତନା ରେ ଶାନ୍ତି ସ୍ରୋତ ଭବନର ସମସ୍ତ ଚେଷ୍ଟାକୁ ସ୍ବାଗତ କରିଥିଲେ । କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅତିଥି ଏବଂ ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶନିବାର ଚୈତନ୍ୟ ନବଦୁର୍ଗା ଝାଙ୍କି କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା ।

Leave a Reply

Your email address will not be published. Required fields are marked *