ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡା ପ୍ରଭାରୀ ନିଯୁକ୍ତ

ଭୁବନେଶ୍ବର: କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବ। ଦିଲ୍ଲୀକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଛି। ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଶ୍ରୀ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ସାଂସଦ ଅତୁଲ ଗର୍ଗଙ୍କୁ ସହକାରୀ ସହପ୍ରଭାରୀ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ଦେଇଛନ୍ତି ।

୭୦ ବିଧାୟକଙ୍କୁ ନେଇ ଗଠିତ ଦିଲ୍ଲୀ ବିଧାନସଭା ପାଇଁ ସମ୍ଭବତଃ ୨୦୨୫ ଜାନୁଆରି ଶେଷ ସପ୍ତାହ ଅଥବା ଫେବ୍ରୁଆରି ପ୍ରଥମ ସପ୍ତାହରେ ନିର୍ବାଚନ ହୋଇପାରେ। ଏହ ପୂର୍ବରୁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କଲେଣି। ଅରବିନ୍ଦ କେଜ୍ରିୱାଲଙ୍କ ନତେୃତ୍ବରେ ଶାସନ ଜାରି ରଖିବାକୁ ଆମ ଆଦମୀ ପାର୍ଟି (ଆପ୍‌) ଉଦ୍ୟମ କରୁଛି। ସେପଟେ ଆପ୍‌କୁ ହଟାଇ ବିଜେପି ଦିଲ୍ଲୀ ଅକ୍ତିଆର କରିବାକୁ ପ୍ରୟାସ କରୁଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ୍‌ ଲଗାତାର ଭାବେ ସଭା ଓ ରୋଡ୍‌ ସୋ’ କରୁଥିବା ଦେଖିବାକୁ ମିଳୁଛି। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ପଛରେ ନାହାନ୍ତି। ଉଭୟ ଦଳ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜୟ ଆଶାରେ ବିଜେପି ଆଜି ଦୁଇ ପାୱାରଫୁଲ୍‌ ସାଂସଦ ବୈଜୟନ୍ତ ପଣ୍ଡା ଓ ଅତୁଲ ଗର୍ଗଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି ।

Leave a Reply

Your email address will not be published. Required fields are marked *