
ଘୁ.ଉଦୟଗିରି: ସରକାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ପିଇବା ପାଣିର ବ୍ୟବସ୍ଥା କରିବା ସଙ୍ଗେସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର ବହୁ ଅଙ୍ଗନବାଡ଼ି କେନ୍ଦ୍ରରେ ଆଜିବି ପିଲାଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା ନଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି କ ନୂଆଗାଁ ବ୍ଲକ ଅନ୍ତର୍ଗତ ତଳ କଙ୍ଗେରିକିଆ ଅଙ୍ଗନବାଡ଼ି କେନ୍ଦ୍ର, ଯେଉଁଠି ପିଲାଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ। କେବଳ ଏକ ଗୃହ ନିର୍ମାଣ କରିଦେଇ ପ୍ରଶାସନ ଚୁପ ହୋଇ ବସିଛି ।
ସମସ୍ୟା ସହ ପାଚେରୀ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ନାହିଁ ତଳକଙ୍ଗେରିକିଆ ଗାଁରେ ଥିବା ଆମ ଅଙ୍ଗନବାଡ଼ି କେନ୍ଦ୍ରରେ। କିନ୍ତୁ ଏହି ଆମ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନାହିଁ। କହିବାକୁ ଗଲେ ବିଭାଗୀୟ ଅଧିକାରୀମାନେ ଏହି ଅଙ୍ଗନବାଡ଼ି କେନ୍ଦ୍ରର କୁନିକୁନି କୋମଳମତି ଶିଶୁମାନଙ୍କର ସ୍ବାସ୍ଥ୍ୟକୁ ନେଇ ଖେଳ ଖେଳୁଛନ୍ତି। ଦେଶର ଭବିଷ୍ୟତଙ୍କ ଜୀବନ ସହ ଏକ ପ୍ରକାର ଖେଳ ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ ପାଇଁ ଚୂଆ ପାଣି ଉପରେ ନିର୍ଭର କରନ୍ତି। ଦିନେ ନୁହେଁ କି ମାସେ ନୁହେଁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭରୁ ଏପର୍ଯ୍ୟନ୍ତ ସାମାନ୍ୟ ଗୋଟିଏ ନଳକୂପ, କେନ୍ଦ୍ର ଚାରି ପାଖ ପାଚେରୀ ଏବଂ ବିଦ୍ୟୁତ ସଂଯୋଗ ହେଇପାରି ନାହିଁ। ଯାହା ଫଳରେ ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ରଛାତ୍ରୀଙ୍କ ରୋଷେଇ ପାଇଁ ଚୂଆ ପାଣି ଏକ ମାତ୍ର ସାହା ଭରଷା ।
ଅଙ୍ଗନବାଡ଼ି କେନ୍ଦ୍ରରେ ରୋଷେଇ ପାଇଁ ଚୂଆ ପାଣି ଉପରେ ନିର୍ଭର କରନ୍ତି। ଦିନେ ନୁହେଁ କି ମାସେ ନୁହେଁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭରୁ ଏପର୍ଯ୍ୟନ୍ତ ସାମାନ୍ୟ ଗୋଟିଏ ନଳକୂପ, କେନ୍ଦ୍ର ଚାରି ପାଖ ପାଚେରୀ ଏବଂ ବିଦ୍ୟୁତ ସଂଯୋଗ ହେଇପାରି ନାହିଁ। ଯାହା ଫଳରେ ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ରଛାତ୍ରୀଙ୍କ ରୋଷେଇ ପାଇଁ ଚୂଆ ପାଣି ଏକ ମାତ୍ର ସାହା ଭରଷା। ଏଣୁ ଛୋଟ ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଯଥା ଶ୍ରୀଘ୍ର ତଳକଙ୍ଗେରିକିଆ ଆମ ଅଙ୍ଗନବାଡ଼ି କେନ୍ଦ୍ର ନିମନ୍ତେ ଏକ ନୂତନ ନଳକୂପ ନିର୍ମାଣ କରିବା ସଙ୍ଗେସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରିବା ନିମନ୍ତେ ତଳକଙ୍ଗେରିକିଆ ଗ୍ରାମ କୁନି ପ୍ରଧାନ, ପ୍ରତିମା ପ୍ରଧାନ, ଯୋଶଦା କୁମାରୀ ପ୍ରଧାନ, ମିଶି ପ୍ରଧାନ, ସୁମିତ୍ରା ପ୍ରଧାନ, କୁମୁଦିନୀ ପ୍ରଧାନ, ବିଳାବତୀ ପ୍ରଧାନ, ରବି ଚନ୍ଦ୍ର ପ୍ରଧାନ, ସମେତ ସାମାଜସେବୀ ବିବେକାନନ୍ଦ ପ୍ରଧାନ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।