ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ

ସୁନ୍ଦରଗଡ଼: ସକାଳୁ ସକାଳୁ ସୁନ୍ଦରଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଆଶ୍ବସ୍ଥି ଏସ। ସେ ପ୍ରଥମେ ମାତୃ ଓ ଶିଶୁ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଗୋଟେ ଗୋଟେ ବ୍ୟବସ୍ଥା ଦେଖିଥିଲେ। ରୋଗୀଙ୍କ ସହିତ ଆଲୋଚନା କରି ଚିକିତ୍ସାଳୟରେ ମିଳୁଥିବା ସୁବିଧା ଓ ଅସୁବିଧା ସମ୍ପର୍କ ବୁଝିଥିଲେ ସଚିବ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ସେ।ଗତକାଲି ଠାରୁ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ରାଉରକେଲା ଓ ଆଖପାଖ ଅଞ୍ଚଳ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଜି ସୁନ୍ଦରଗଡ଼ରେ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ମଧ୍ୟ ପରିଦର୍ଶନ କରିବା ସହ ସମସ୍ତ ବିଭାଗର ସମୀକ୍ଷା କରିବାର କାର୍ଯକ୍ରମ ରହିଛି ।

Leave a Reply

Your email address will not be published. Required fields are marked *