
ଭଞ୍ଜନଗର (ଓଡିଶା ଟୁଡେ) : ବଙ୍ଗୋପସାଗର ରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସୋମବାର ଅର୍ଥାତ୍ ୨୧/୧୦/୨୦୨୪ ରେ ଭଞ୍ଜନଗର ବ୍ଳକ ସଭା ଗୃହରେ ଏନେଇ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ମନ୍ମଥ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତହସିଲଦାର ଉମାଶଙ୍କର ବେହେରା, ପୂର୍ତ୍ତବିଭାଗ ଯନ୍ତ୍ରୀ ପ୍ରତାପ ନାୟକ,ଗୋଷ୍ଠୀ ଶିକ୍ଷାଧୂକାରୀ ଏସ୍ ଧନଞ୍ଜୟ, ସିଡିପିଓ ଲିଳିମା କୁମାରୀ ପଣ୍ଡା, ଅତିରିକ୍ତ ତହସିଲଦାର ଅବିନାଶ ମାହାର ପ୍ରମୁଖ ଉପସ୍ଥିତ ରହି ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ କିଭଳି ପରିପ୍ପଳନା କରାଯିବ ସେନେଇ ବିଭାଗୀୟ ଅଧୁକାରୀ ଓ କର୍ମପ୍ଟରୀ ଙ୍କୁ ଅବଗତ କରାଇଥିଲେ। ଜିରୋ କାଜୁଆଲିଟି ଉପରେ ବ୍ଲକ ପ୍ରଶାସନ ଗୁରୁତ୍ବ ଦେଇଛି। ବାତ୍ୟା ପୂର୍ବରୁ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ନିକଟସ୍ଥ ବିଦ୍ୟାଳୟ ସମେତ ସରକାରୀ କୋଠା ଭଳି ସୁରକ୍ଷିତ ସ୍ଥାନକୁ କୁ ସ୍ତାନାନ୍ତର କରାଯିବ ।
ବର୍ତ୍ତମାନ ଖରିଫ୍ ଧାନ ପାଚିବା ସମୟ ହୋଇଥିବାରୁ ପାଚିଯାଇଥିବା ଧାନ ଅମଳ କରିସୁରକ୍ଷିତ ସ୍ଥାନକୁ ଆଣି ରଖୁବାକୁ ଋଷୀ ଙ୍କୁ ପରାମର୍ଶ ଦିଆଯାଇଛି । ସେହିଭଳି ବିଦ୍ୟୁତ, ସ୍ୱାସ୍ଥ୍ୟ, ପାନୀୟଜଳ ବିଭାଗ ପକ୍ଷରୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସ୍ତୁତି ମହିଳା ଙ୍କୁ ବାତ୍ୟା ପୂର୍ବରୁ ନିକଟସୁ ସ୍ଵାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପଭି ହୋଇଛି। ବାତ୍ୟା ସମୟ ରେ ଅତ୍ୟାବଶ୍ୟକ ସାମଗ୍ରୀର କଳା ବଜାରି ଯେପରି ନହୁଏ ସେଦିଗରେ ଯୋଗାଣ ଅଧିକାରୀ ଦୃଷ୍ଟି ଦେବା ସହ ଆଶ୍ରୟସ୍ଥଳୀ ଗୁଡିକରେରେ ପ୍ରଚୁର ଖାଦ୍ୟ ସାମଗ୍ରୀ ମହଜୁଦ ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛିୟ ବାତ୍ୟା ପରବର୍ତ୍ତୀ ସମୟ ରେ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା, ପଢି ଥିବା ଗଛ କାଟି ରାସ୍ତା ସଫା କରାଯିବା ଦିଗରେ ୟବାନ ହେବାକୁ ଅଧିକାରୀ ଙ୍କୁ ପରାମର୍ଶ ଦିଆଯାଇଛି। ବୈଠକରେ ରାଜସ୍ୱ, ଅଗ୍ନି ଶମ, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ବିଦ୍ୟୁତ, ପୁହଁ, ଯୋଗାଣ, ମହିଳା ଓ ଶିଶୁ ବିକାଶ, ଶିକ୍ଷା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧୀକାରୀ ଗୌରୀଶଙ୍କର ଶତପଥ୍, ଏବିଡିଓ ପୁର୍ଣଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।