ବରଗଡ଼ ଧନୁଯାତ୍ରାର କଂସ ଚରିତ୍ରରେ ଅଭିନୟ କରିଥିବା ହୃଷିକେଶ ଭୋଇ ନିଲମ୍ବିତ

ବରଗଡ଼: ଧନୁଯାତ୍ରା-୨୦୨୫ ପାଇଁ ତାରିଖ ଘୋଷଣା ହୋଇସାରିଛି। ବିଗତ ବର୍ଷରେ ଏହି ମୁକ୍ତାକାଶ ମଞ୍ଚରେ କଂସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କଂସ ମହାରାଜ ତଥା ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ହୃଷିକେଶ ଭୋଇଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ (ସିଡିଏମ୍‌ଓ) ନିରୁପମା ଷଡ଼ଙ୍ଗୀ ନିଲମ୍ବନ କରିଛନ୍ତି।

ଅଭିଯୋଗ ଅନୁସାରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମକୁ ମହାପ୍ରୟାଣ ଗାଡ଼ି ଶବ ଛାଡିବାକୁ ଯାଇଥିବା ବେଳେ ହୃଷିକେଶ ଭୋଇ ମୃତ ପରିବାରଙ୍କ ଠାରୁ ୩୦୦୦ ଟଙ୍କା ମାଗିଥିଲେ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶବ ନେଇ ଘରେ ଛାଡ଼ିବା ପରେ ତିନି ହଜାର ଟଙ୍କା ଦେବାକୁ ଦାବି କରିବା ସହ ଟଙ୍କା ନନେବା ଯାଏଁ ମୃତକ ପରିବାର ଲୋକଙ୍କ ଘରୁ ଆସିନଥିଲେ।ପୀଡିତ ପରିବାର ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମମଲାର ତଦନ୍ତ କରାଯାଇଥିଲା। ଅଭିଯୋଗର ସତ୍ୟାସତ୍ୟର ତଦନ୍ତ ଲାଗି ଗଠିତ ଏକ ଟିମ୍‌ ଗଠନ କରାଯାଇଥିଲା ଏବଂ ରିପୋର୍ଟ ଆଧାରରେ ହୃଷିକେଶ ଭୋଇଙ୍କୁ ନିଲମ୍ବିତ କରାଯାଇଛି। କଂସ ଚରିତ୍ରର ଜଣେ କଳାକାରଙ୍କ ଏପରି ଆଚରଣକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଉଛି ।

Leave a Reply

Your email address will not be published. Required fields are marked *