କୃତ୍ରିମ ଅଭାବ ଜନିତ ଦରବୃଦ୍ଧି ରୋକିବା ପାଇଁ ପ୍ରଶାସନିକ ଚଢ଼ଉ

ଭଦ୍ରକ: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ, ଦରବୃଦ୍ଧି, ବେଆଇନ୍‌ ଭାବେ ମହଜୁଦ ଭଳି ଖବର ଓ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକମାନଙ୍କ ଅଭିଯୋଗ ନେଇ ଏହି ଚଢ଼ଉ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀଙ୍କ ନେତୃତ୍ବରେ ଜିଲ୍ଲାଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ଏ.ସି.ଏସ୍.ଓ ଶରତ ବେହେରାଙ୍କୁ ନେଇ ଭଦ୍ରକ ସହରରେ ପରିବା ବଜାର ଓ ବଡ଼ ଆଳୁ, ପିଆଜ ଗୋଦାମଗୁଡ଼ିକରେ ଚଢ଼ଉ କରାଯାଇଥିଲା ।

ଆଳୁ କିଲୋପ୍ରତି ୩୦ଟଙ୍କା ଓ ପିଆଜ କିଲୋ ପ୍ରତି ୫୫ଟଙ୍କାରେ ବିକ୍ରି କରାଯାଉଥ‌ିବା ଦର ତାଲିକାକୁ ଦୋକାନୀମାନେ ଦୋକାନ ଆଗରେ ଖାଉଟୀମାନଙ୍କ ଉଦ୍ଦେଶ୍ୟରେ ଫଳକ ଜରିଆରେ ଲେଖୁ ଜଣାଇବା ପାଇଁ କୁହାଯାଇଥିଲା। ଗୋଦାମ ଗୁଡ଼ିକର ଷ୍ଟକ ଓ କ୍ରୟ ବିଲ ଯାଞ୍ଚ କରାଯାଇ ଧାର୍ଯ୍ୟଦର ମଧ୍ୟରେ ବିକ୍ରୟ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।publive-imageଜିଲ୍ଲାଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ଏ.ସି.ଏସ୍.ଓ ଶରତ ବେହେରାଙ୍କୁ ନେଇ ଭଦ୍ରକ ସହରରେ ପରିବା ବଜାର ଓ ବଡ଼ ଆଳୁ, ପିଆଜ ଗୋଦାମଗୁଡ଼ିକରେ ଚଢ଼ଉ କରାଯାଇଥିଲା।ସୂଚନାଯୋଗ୍ୟ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ମଧ୍ୟ ଏହିପରି ଚଢ଼ଉ ପାଇଁ ବିଡ଼ିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଏହି ଚଢ଼ାଉ ପରେ ଭଦ୍ରକ ସହରରେ ଆଳୁ, ପିଆଜର ଦର ସ୍ଵାଭାବିକ ଥିବା ପରିଲଖତ ହୋଇଛି। ଚଢ଼ାଉ ପୂର୍ବରୁ ବାତ୍ୟା ମୁକାବିଲା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *