ବାତ୍ୟା ‘ଦାନା’: ଗୁରୁବାର ରାତିରୁ ଶୁକ୍ରବାର ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି।ଏବେ ବାତ୍ୟା ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଗୁରୁବାର ମଧ୍ୟ ରାତ୍ରିରୁ ଶୁକ୍ରବାର ସକାଳ ଭିତରେ ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ‘ଦାନା’ର ପ୍ରଭାବରେ ଉପକୂଳ ପାଖରେ ସମୁଦ୍ରରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ। ଗୁରୁବାର ରାତିରୁ ଶୁକ୍ରବାର ପୂର୍ବାହ୍ନ ୯ ଟା ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ।ଲ୍ୟାଣ୍ଡଫଲ୍ ପରେ ବାତ୍ୟାର ଗତି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ହେବ ।

ଏହାର ପ୍ରଭାବରେ କେନ୍ଦୁଝର , ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବୌଦ୍ଧ,ନୟାଗଡ଼ରେ ବର୍ଷା ହୋଇପାରେ।ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଦୁର୍ବଳ ହେବ। ଏହା ସହ ରାଜ୍ୟର ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହୋଇପାରେ। ଏହା ସହ ବର୍ତ୍ତମାନ ପାଇଁ ବାତ୍ୟା ଦୁର୍ବଳ ହେବାର କୌଣସି ସଂକେତ ନାହିଁ। ଭୀଷଣ ବାତ୍ୟା ରୂପରେ ଏହା ଲ୍ୟାଣ୍ଡଫଲ୍ କରି ଉପକୂଳ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି ।

ଅପରାହ୍ନ ପରେ ଗୁରୁବାର ସନ୍ଧ୍ୟା ବେଳକୁ ପବନର ବେଗ ବଢ଼ିବା ସହିତ ପ୍ରଭାବିତ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବାତ୍ୟା ପ୍ରଭାବରେ ଅସ୍ତରଙ୍ଗ ସମେତ କେତେକ ଅଞ୍ଚଳରେ ଗଛ ଭାଙ୍ଗିପଡ଼ିଛି। ତୁନ୍ତନ୍ତ ଏସବୁକୁ ହଟାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *