ବାତ୍ୟା ମୁକାବିଲାର ସ୍ଥିତି ପରଖି ସ୍ଥାନାନ୍ତର ଲୋକଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଅସ୍ତରଙ୍ଗ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ଗ୍ରସ୍ତ କରି ବାତ୍ୟାର ପ୍ରଭାବ ଓ ତାର ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ତାହା ସମୀକ୍ଷା କରି ଫେରିଛନ୍ତି। ଦିନ ପ୍ରାୟ ସାଢେ ୧୧ଟା ବେଳେ ଶ୍ରୀମତୀ ପରିଡ଼ା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟା ମୁକାବିଲା ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ବିଡିଓ ଯୋଗେନ୍ଦ୍ର ମହାକୁଡ଼ ଓ ପଞ୍ଚାୟତ ସମିତି ଅଧ୍ୟାକ୍ଷା ଆରତୀ ନାୟକଙ୍କ ସହ ଆଲୋଚନା କରିଥିଲେ। ସମୁଦ୍ର ନିକଟବର୍ତ୍ତୀ ତଳିଆ ଅଞ୍ଚଳର କେଉଁ ସ୍ଥାନରୁ କେତେ ଜଣଙ୍କୁ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ପାଇଁ ରହିବାର ସୁବିଧା ଓ ଖାଦ୍ୟାପେୟ ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ।ଅସ୍ତରଙ୍ଗରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ରାତିରେ ପବନର ବେଗ ବଢ଼ିବା ଦୃଷ୍ଟିକୋଣରୁ ଖାଲି ସ୍ଥାନାନ୍ତର ଲୋକ ନୁହେଁ ବରଂ ଗୃହପାଳିତ ପଶୁଜନ୍ତୁଙ୍କର ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କର ଦାୟୀତ୍ୱ ବୋଲି କହିଥିଲେ। ରାତି ସୁଧା ଏହି ପଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଲୋଚନା ବେଳେ ପୁରୀଜିଲ୍ଲାର ପୂର୍ବତ୍ତନ ଜିଲ୍ଲାପାଳ ବଳବନ୍ତ ସିଂ, ଅସ୍ତରଙ୍ଗ ତହସିଲଦାର,ପିପିଲି ବିଜେପି ବିଧାୟକ ଆଶ୍ରିତ୍ ପଟ୍ଟନାୟକ, ବିଜେପି ନେତା ବାଇଧର ମଲ୍ଲିକ୍, ଦିବାକାର ଛାଟୋଇ, ଅଧିକାରୀ ବେହେରା ପ୍ରମୁଖ ସହ ବ୍ଲକ ଅଧୀନ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *