ଭଂଜନଗର ଶାନ୍ତି ସ୍ରୋତ ଭବନରେ ରାଜଯୋଗିନୀ ମଞ୍ଜୁ ଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭଂଜନଗର (ପ୍ରଭାତ ପାଣିଗ୍ରାହୀ, ଓଡ଼ିଶା ଟୁଡେ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଗଞ୍ଜାମ ଓ ଗଜପତି ଜୋନ୍ ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଭଉଣୀଙ୍କୁ ଭଞ୍ଜନଗରର ଶାନ୍ତିସ୍ରୋତ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି , ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ଶୂଳପାଣି ଶତପଥୀ, ଓଡ଼ିଶା ଟୁଡେ ନ୍ୟୁଜ ହେଡ ବବି ରଥ ଉପସ୍ଥିତ ଥିଲେ ।

ରାଜଯୋଗିନୀ ସନ୍ତୋଷିନୀ ଭଉଣୀଙ୍କ ଦ୍ବାରା ସୃଷ୍ଟି ଆଧ୍ୟାତ୍ମିକ ପୂର୍ଣ୍ଣ ପରିବେଶରେ ସ୍ବକରକମଳରେ ସମସ୍ତ ଅତିଥିବୃନ୍ଦଙ୍କ ସମେତ ସମସ୍ତ ଭାଇଭଉଣୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ମହୋଦୟ ରାଜଯୋଗିନୀ ମଞ୍ଜୁଦିଦିଙ୍କ ସର୍ବଗୁଣଧାରୀ ବ୍ୟକ୍ତିତ୍ଵ ବର୍ତ୍ତମାନ ପରିସ୍ଥିତି ପାଇଁ ଆବଶ୍ୟକ ଏବଂ ତାଙ୍କର ବାଣୀକୁ ଆମ ଜୀବନଶୈଳୀରେ ଉଚିତ୍ ମାର୍ଗରେ ବ୍ୟବହାର କରି ସମ୍ମାନ ଦେବା ଆମର ମୂଳ କର୍ତ୍ତବ୍ୟ ବୋଲି ମତାମତ ଦେଇଥିଲେ। କେନ୍ଦ୍ର ସଞ୍ଚାଳିକା ସନ୍ତୋଷିନୀ ଭଉଣୀ ମଞ୍ଜୁଦିଦିଙ୍କ ଜ୍ଞାନ ପ୍ରାପ୍ତ ଠାରୁ ଅଦ୍ୟାବଧି ଯାଏ ସମସ୍ତ ବିଶ୍ଵସେବାର ବୃତ୍ତାନ୍ତ ବ୍ୟାଖ୍ୟା କରିବା ସହିତ ସମସ୍ତ ଭାଇଭଉଣୀ ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆଜି ମଧ୍ୟ ଶତଚେଷ୍ଟିତ ବୋଲି ମତବ୍ୟକ୍ତ କରିଛନ୍ତି। ଆଜିର ଏହି ସଭାକାର୍ଯ୍ୟକୁ ବ୍ରହ୍ମାକୁମାର ବୈକୁଣ୍ଠ ଭାଇ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *