ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନଶ୍ବେର: ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ | ୟୁଜିସିର ଲୋଗୋ କିମ୍ବା ନାମକୁ ଅନଧିକୃତ ଭାବେ ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ। ଏପରି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନେବ ୟୁଜିସି। ଏପରି କଡ଼ା ଚେତାବନୀ ୟୁଜିସି ପକ୍ଷରୁ ଦିଆଯାଇଛି ।ୟୁଜିସି ପକ୍ଷରୁ ଚିଠି ମାଧ୍ୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ୟୁଜିସିର ଲୋଗୋ ଏବଂ ନାମକୁ ଅନେକ ସମୟରେ ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି ।

ୟୁଜିସିର ଦୃଷ୍ଟିକୁ ଏପରି ଅନେକ ଅଭିଯୋଗ ଆସିଛି। ଯେଉଁଥିରେ କିଛି ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମୋଦନରେ ୟୁଜିସିର ଲୋଗୋ ବ୍ୟବହାର କରି ଏଥିରେ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ଯେଉଁଥିରେ ବିଭିନ୍ନ ପାଠ୍ୟକ୍ରମ, ନାମଲେଖା ସଂପର୍କିତ ତଥ୍ୟ ପ୍ରଦାନ କରୁଛନ୍ତି |ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ବରେ ପଡୁଛନ୍ତି। । ଆଗକୁ ଏପରି ନ‌କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ଏପରି ବିଶୃଙ୍ଖଳା ଦେଖିବାକୁ ମିଳେ, ଟ୍ରେଡ୍‌ ମାର୍କ ଆକ୍ଟ ଉଲ୍ଲଙ୍ଘନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *