ଧର୍ମଗଡ଼: ଦୁର୍ଘଟଣାରେ ଯୁବକର ମୃତ୍ୟୁକୁ ନେଇ ରାସ୍ତା ଅବରୋଧ

ଧର୍ମଗଡ଼: ଆଜି ସକାଳେ କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ କୌଣସି ଅଜଣା ଗାଡ଼ି ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ତେଣ୍ଡାପାଳି ଗ୍ରାମପଞ୍ଚାୟତ ଛତା ଗୋହିରାର ଛବି ନାଗ ବୋଲି ସୂଚନା ମିଳିଛି। ଏଣେ କ୍ଷତିପୂରଣ ଦାବି ନେଇ ଧର୍ମଗଡ଼ – ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ ପରିବାର ଏବଂ ଗ୍ରାମବାସୀ ରାସ୍ତାରେ ଶବ ରଖି ରାସ୍ତା ରୋକ କରିଛନ୍ତି।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛି ।

Leave a Reply

Your email address will not be published. Required fields are marked *