ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦିଆଯିବା ତାରିଖ ଖୁବ୍ ଶୀଘ୍ର ଘୋଷିତ ହେବ: ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଖୁବ୍ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ। ଏଯାଏ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବ। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି। ସରକାରଙ୍କ ପାଖରେ ବଜେଟ୍ ଅଛି ।

ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ।ସେ ଆହୁରି କହିଛନ୍ତି, ଆବେଦନରେ କିଛି ତ୍ରୁଟି ଥିଲେ ହିତାଧିକାରୀଙ୍କ ପାଖକୁ ଫୋନ୍ ଯିବ। ଯୋଗ୍ୟ ହିତାଧିକାରୀ ଥିବେ କିନ୍ତୁ ଟଙ୍କା ପାଇନଥିବେ ତାଙ୍କୁ କଲ୍ କରାଯାଉଛି। ବ୍ଲକସ୍ତରରେ ଯାଞ୍ଚ ହେଉଛି, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯାଇ ବ୍ୟବସ୍ଥା କରୁଛନ୍ତି। ହିତାଧିକାରୀ ମହିଳାମାନେ ଆଦୌ ବ୍ୟସ୍ତ ନ ହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରାମର୍ଶ ଦେଇଛନ୍ତି।ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ‘ସୁଭଦ୍ରା’ ଯୋଜନା’ର ଶୁଭାରମ୍ଭ କରିଥିଲେ। ସେହି ଦିନ ଓଡ଼ିଶାର ୨୫ ଲକ୍ଷ ମହିଳାଙ୍କୁ ମିଳିଥିଲା ପ୍ରଥମ କିସ୍ତି ଟଙ୍କା ।

Leave a Reply

Your email address will not be published. Required fields are marked *