ଦୀପାବଳି ପାଇଁ ଝଲସୁଛି ଗାଁଠୁ ସହର, ଚାରିଆଡ଼େ ଶୁଭୁଛି ବାଣର ଶଦ୍ଦ

ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ଅବସରରେ ଚାରିଆଡ଼େ ଆଲୋକ ଦେଖାଯାଉଛି। ଯେଉଁଠିକୁ ଚାହିଁଲେ ରଂଗୀନ ଆଲୋକ ଦେଖାଯାଉଛି। ଆକାଶରୁ ଖାଲି ବାଣର ଶଦ୍ଦ ଶୁଭୁଛି। ପୂରା ଭାରତ ସମେତ ଓଡ଼ିଶାର ଗାଁଠୁ ସହର ପର୍ଯ୍ୟନ୍ତ ସମସ୍ତେ ଦୀପାବଳି ପାଇଁ ବ୍ୟସ୍ତ। ବ୍ୟବସାୟୀମାନେ ନିଜର ବ୍ୟବସାୟିକ ଅନୁଷ୍ଠାନରେ ପୂଜା କରୁଥିବା ବେଳେ ଯୁବଗୋଷ୍ଠୀ ବାଣ ଫୁଟାଇବାରେ ବ୍ୟସ୍ତ ଅଛନ୍ତି। ବାଣ ଫୁଟାଇବାକୁ ନେଇ ଛୋଟଛୋଟ ପିଲାମାନଙ୍କ ଠାରୁ ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ ରହୁଥିବା ଦେଖା ଯାଉଛି। ଆଜି ଦିନସାରା କାଁଭାଁ ଶଦ୍ଦ ଶୁଣାଯାଉଥିବା ବେଳେ ସୂର୍ଯ୍ୟ ଅସ୍ତ ହେବା ପରଠାରୁ ଶବ୍ଦ ଅଧିକ ଶୁଣାଯାଉଛି ।

ରାଜ୍ୟ ସରକାର ଦୀପାବଳି ପାଇଁ ଗାଇଡଲାଇନ୍‌ ଜାରି କରିଥିବା ବେଳେ ଅନେକ ସ୍ଥାନରେ ଏହା ପାଳନ ହେଉ ନଥିବାର ମଧ୍ୟ ଦୃଷ୍ଟିଗୋଚର ହେଉଛି। ଦୀପାବଳିରେ ଲୋକେ ଦୀପ ଲଗାଇବା ସହ ବାଣ ମଧ୍ୟ ଫୁଟାଇଥାନ୍ତି। ତେବେ ବାଣ ଫୁଟାଇବା ସମୟରେ କିଛିଟା ଅସାବଧାନତା ଯୋଗୁ ଅଘଟଣ ମଧ୍ୟ ଘଟିଥାଏ। ତେଣୁ ବାଣ ଫୁଟାଇବା ବେଳେ କି କି ସତର୍କତା ଆପଣାଇବା ଦରକାର ବା କ’ଣ କରିବା ଓ କ’ଣ ନ କରିବା ଉଚିତ୍, ତାହା ଜାଣିବା ଦରକାର। ବାଣ ଫୁଟାଇବା ବେଳେ ସତର୍କତା-ଖୋଲା ପଡ଼ିଆରେ ବାଣ ଫୁଟାନ୍ତୁ -ଅଧିକ ଶବ୍ଦ କରୁଥିବା ବାଣ ଫୁଟାନ୍ତୁ ନାହିଁ-ପିଲାଙ୍କୁ ଏକୁଟିଆ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ-ବାଣ ଫୁଟାଇବା ବେଳେ କଟନ୍‌ ପୋଷାକ ପିନ୍ଧନ୍ତୁ -ସିଲ୍‌କ ଓ ଟେରିକଟ୍ ପୋଷାକ ପିନ୍ଧନ୍ତୁ ନାହିଁ-ବାଣକୁ ହାତରେ ନଧରି ନିରାପଦ ଦୂରତାରେ ରହି ଅଗ୍ନି ସଂଯୋଗ କରନ୍ତୁ-ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଓ ନିଷେଧ ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ-ବାଣ ଫୁଟାଇବା ବେଳେ ପଶୁପକ୍ଷୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ-ଫୁଟା ବାଣର ଅବଶେଷକୁ ପାଣିରେ ପକାଇ ଦିଅନ୍ତୁ-ବାଣ ନଫୁଟିଲେ ତାକୁ ଆଉ ଥରେ ବ୍ୟବହାର କରନ୍ତୁ ନାହିଁ -ଜରୁରୀ ପରିସ୍ଥିତିରେ ପୁଲିସ୍ କିମ୍ବା ଦମକଳକୁ କଲ୍ କରନ୍ତୁ ।

Leave a Reply

Your email address will not be published. Required fields are marked *