ବାରରେ ନୃତ୍ୟକୁ ନା, ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ବାରରେ କେବଳ ଗୀତ ଗାଇବା ଓ ବାଜିବାକୁ ଅନୁମତି ଦିଆଯାଇଛି। ମାତ୍ର ନୃତ୍ୟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଅଣାଯାଇଥିବା ଏହି ଗାଇଡଲାଇନର ଉଲଂଘନ କଲେ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।ସେ କହିଛନ୍ତି, ବିଭାଗର ଗାଇଡଲାଇନକୁ ଯେଉଁମାନେ ଉଲ୍ଲଂଘନ କରିବେ, ସେଥିପାଇଁ ଲାଇସେନ୍ସି ଦାୟୀ ରହିବେ। ସେହି ଲାଇସେନ୍ସିଙ୍କର ଲାଇସେନ୍ସକୁ ସରକାର ରଦ୍ଦ କରିବେ। ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ କରିବେ, ତାର ମଧ୍ୟ ଆମେ ଗାଇଡଲାଇନରେ ଉଲ୍ଲେଖ କରିଛୁ। ଏହାକୁ ଉଲ୍ଲଂଘନ କଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ବି ଓଡ଼ିଶାରେ କରିବାକୁ ଦିଆଯିବନି।ବିଭାଗର ଯେଉଁମାନେ ଗାଇଡଲାଇନ ଉଲ୍ଲଂଘନ କରିବେ, ସେଥିପାଇଁ ଲାଇସେନ୍ସି ଦାୟୀ ରହିବେ। ସେହି ଲାଇସେନ୍ସିଙ୍କର ଲାଇସେନ୍ସକୁ ସରକାର ରଦ୍ଦ କରିବେ। ଏପରିକି ମ୍ୟୁଜିକ କେତେ ଡେସିବିଲ ଭିତରେ କରିବେ, ତାର ମଧ୍ୟ ଆମେ ଗାଇଡଲାଇନରେ ଉଲ୍ଲେଖ କରିଛୁ। ଏହାକୁ ଉଲ୍ଲଂଘନ କଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ବି ଓଡ଼ିଶାରେ କରିବାକୁ ଦିଆଯିବନି।ସୂଚନାଯୋଗ୍ୟ, ଏଣିକି ବାରରେ ମହିଳା ଓ ଯୁବତୀମାନେ ଗୀତ ପରିବେଷଣ କରିପାରିବେ। କିନ୍ତୁ ଝିଲିମିଲି ରଙ୍ଗିନ୍ ଆଲୋକରେ ଡିଜେ ତାଳେତାଳେ ନାଚି ପାରିବେ ନାହିଁ। ଅବକାରୀ ବିଭାଗ ବାରଗାର୍ଲଙ୍କ ଗାଇବାକୁ ଅନୁମତି ଦେଇଥିବା ବେଳେ ଯେ କୌଣସି ପ୍ରକାରର ନାଚକୁ ନା କରି ଦେଇଛି। ତେଣୁ ଗାଇ ଜାଣିଥିବା ମହିଳା ଓ ଯୁବତୀମାନେ ବାର୍ରେ ନିଯୁକ୍ତି ପାଇବାରେ କୌଣସି ସମସ୍ୟା ନାହିଁ। କିନ୍ତୁ କେବଳ ନୃତ୍ୟକୁ ପେସା କରି ଜୀବିକା ଅର୍ଜନ କରୁଥିବା ମହିଳା ଓ ଯୁବତୀମାନଙ୍କୁ ବାର୍ରେ ସ୍ଥାନ ନାହିଁ ।

ଗାଉଥିବା ମହିଳା ଓ ଯୁବତୀମାନେ ମଧ୍ୟ କଟକଣା ଭିତରେ ପ୍ରଦର୍ଶନ କରିବେ। ସେମାନଙ୍କ ପୋଷାକଠାରୁ ଆରମ୍ଭ କରି ଜୀବିକା ଅର୍ଜନର ପୃଷ୍ଠଭୂମି ଉପରେ ମଧ୍ୟ କଟକଣା ଜାରି ହୋଇଛି। ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ(ସଂଶୋଧନ) ରୁଲସ୍-୨୦୨୪’ ବିଜ୍ଞପ୍ତି ଜାରି ପରେ ଏଭଳି ପରିବର୍ତ୍ତନ ଆସିଛି। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲସ୍ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁସାରେ ୨୧ଟି ସର୍ତ୍ତ ଆଧାରରେ ବାର୍ଗୁଡ଼ିକୁ ପରିଚାଳନା ପାଇଁ ଅନୁମତି ମିଳିବ। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ କମିସନର ନରସିଂହ ଭୋଳ କହିଥିଲେ ।

Leave a Reply

Your email address will not be published. Required fields are marked *