ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରେ ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କରିଛନ୍ତି। ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି। କାଳୀପୂଜାରେ ଘରେ ପୂଜା କରିବା ସହ, ଗାଁରେ ଲୋକଙ୍କ ସହିତ ନିଜକୁ ଏଥିରେ ସାମିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ ପୂଜା ଓ ଦୀପାବଳି ଉତ୍ସବ ଏବଂ ଏହାକୁ ସେ ନିଜ ଗାଁରେ ପାଳନ କରିଛନ୍ତି। ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଛନ୍ତି ।

କାଳୀପୂଜାରେ ଘରେ ପୂଜା କରିବା ସହ, ଗାଁରେ ଲୋକଙ୍କ ସହିତ ନିଜକୁ ଏଥିରେ ସାମିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ । ଗାଁ ଦାଣ୍ଡରେ ଝିଅ, ବୋହୂମାନେ ମୁରୁଜ ପକାଇଥିଲେ । ଏଥି ସହିତ କଳସ ସଜାଯାଇଥିଲା । ମୁଖ୍ୟମନ୍ତ୍ରୀ ଗାଁକୁ ଆସିଲା‌ ପରେ ଆରମ୍ଭ ହେଇଥିଲା ସ୍ଵାଗତ ସମ୍ବର୍ଦ୍ଧନାର ପର୍ବ । କାଳୀ ପୂଜାକୁ ସାନ୍ତାଳୀ ଭାଷା ରେ ‘ ସହରାଇ ‘ (ପେ ମାହଁଆ ) ବୋଲି କୁହାଯାଏ। ସହରାଇ (ପେ ମାହଁଆ) ୩ଦିନ ଧରି ପାଳନ କରାଯାଏ । ପ୍ରଥମ ଦିନକୁ ‘ଗୋଟବଙ୍କା ‘ ନାମରେ ପାଳନ କରାଯାଏ। ସେହିଦିନ ଅଣ୍ଡା ପୂଜା କରି ସାହିର ସବୁ ବଳଦ ଗାଈକୁ ନେ଼ଇ ଅଣ୍ଡା ମଡାଯାଏ, ଦ୍ୱିତୀୟ ଦିନକୁ ଗୋବର୍ଦ୍ଧନ ପୂଜା କୁହାଯାଏ। ସାନ୍ତାଳୀ ଭାଷାରେ ତାକୁ ‘ଖଳା ବଙ୍କା ‘ବୋଲି କୁହାଯାଏ, ଏହି ଦିନ କୁକୁଡ଼ା ପୂଜା କରାଯାଏ।ତୃତୀୟ ଦିନ ‘ବୁଢ଼ୀ ବନ୍ଦନା ‘। ତାକୁ ସାନ୍ତାଳୀ ଭାଷାରେ ‘ଗାଏ ଖୁଣ୍ଟଉ ‘ ବୋଲି କୁହାଯାଏ, ସେହିଦିନ ବଳଦ ଗାଈମାନଙ୍କୁ ବନ୍ଦାପନା କରାଯାଇଥାଏ, ତାକୁ ସାନ୍ତାଳୀ ଭାଷାରେ ‘ଚୁମାଣା ‘ବୋଲି କୁହାଯାଏ, ଏହିପରି ୩ ଦିନ ସହରାଇ ପାଳନ କରାଯାଏ।ଏହା ଅବସରରେ ମୁଖ୍ୟମନ୍ତ୍ରୀ ମାଦଳ ବଜାଇ ଗ୍ରାମବାସୀଙ୍କ ସହ ସହରାଇ ପୂଜା ମନାଇଥିଲେ । ଶେଷରେ ଝିରିଝିରି ବାଣ ଫୂଟାଇ ଦୀପାବଳି ମନାଇବା ସହିତ ରାଜ୍ୟବାସୀଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇଥିଲେ ।ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳାରେ ପାରମ୍ପରିକ ପୂଜାରେ ଯୋଗ ଦେବା ପରେ ଭୁବନେଶ୍ଵର ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *