ଦୀପାବଳି ପରେ ବିଗିଡ଼ିଲା ଦିଲ୍ଲୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ବିଗିଡ଼ି ଯାଇଛି ଦିଲ୍ଲୀର ପରିବେଶ। ସୋମବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ଖରାପ ହୋଇଥିବାର ରେକର୍ଡ ହୋଇଛି। ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସହରର ବିଭିନ୍ନ ସ୍ଥାନରେ ୪୦୦ ଅତିକ୍ରମ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ର ତଥ୍ୟ ଅନୁଯାୟୀ, ଆନନ୍ଦ ବିହାରରେ (୪୩୩), ୱାଜିରପୁର (୪୧୪), ଜାହାଙ୍ଗୀରପୁରୀରେ (୪୧୩), ରୋହିଣୀରେ (୪୦୯) ରେକର୍ଡ ହୋଇଥିବା ବେଳେ ପଞ୍ଜାବୀ ବାଗ ସମେତ ଏକାଧିକ ମନିଟରିଂ ଷ୍ଟେସନରେ ସକାଳ ୭ଟା ସୁଦ୍ଧା ଏକ୍ୟୁଆଇ ୪୦୦ ପାର୍‌ ହୋଇଛି।ଦିଲ୍ଲୀ ବାୟୁରେ ବିଷ। ଅଣନିଶ୍ବାସୀ ହୋଇ ପଡିଲେଣି ଦିଲ୍ଲୀବାସୀ । ଘରୁ ବାହାରିଲେ ନାକ, ଗଳା ପୋଡିବା ସହ ନିଶ୍ବାସ ନେବାରେ ହେଉଛି ସମସ୍ୟା ।

ଆଜି ବି ଦିଲ୍ଲୀ ବାୟୁର ମାନ ସାରା ବିଶ୍ବରେ ସବୁଠାରୁ ଖରାପ ରହିଛି। ନିକଟରେ ହୋଇଥିବା ଏକ ସର୍ଭେରୁ ବାୟୁ ପ୍ରଦୂଷଣ ହେତୁ ୬୯ ପ୍ରତିଶତ ଲୋକ ବିଭିନ୍ନ ରୋଗର ଶିକାର ହେଉଥିବାର ଦେଖିବାକୁ ମିଳିଛି।କେବଳ ସେତିକି ନୁହେଁ ଉତ୍ତର ଭାଗର ୪ଟି ପ୍ରମୁଖ ସହରରେ ବାୟୁର ମାନ ଆଜି ସକାଳୁ ୩ଶହ ଉପରେ ରହିଛି । ଦୀପାବଳି ବାଣ ଫୁଟା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆହୁରି ଖରାପ ହୋଇ ଯାଇଛି । ଏହାସହ ପଡ଼ୋଶୀ ହରିୟାଣା ପଂଜାବ ସୀମାରେ ଚାଷୀମାନେ ନଡ଼ା ଜାଳିବା ଦ୍ବାରା ଏହାର ପ୍ରଭାବ ଦିଲ୍ଲୀ ବାୟୁରେ ପଡୁଛି ।

Leave a Reply

Your email address will not be published. Required fields are marked *