ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା: ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ବର: ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା। ଆଉ କଟନୀ ଛଟନି ଶିକାର ହେବେନି ଚାଷୀ। ମିଲରଙ୍କ ଶୋଷଣର ଶିକାର ହେବେ ନାହିଁ ଚାଷୀ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରିଛି ବିଜେପି କୃଷକ ମୋର୍ଚ୍ଚା। ଏନେଇ ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୈଠକରେ ଯୋଗ ଦେଇ କୃଷକ ମୋର୍ଚ୍ଚା କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାମ କରିବ କୃଷକ ମୋର୍ଚ୍ଚା ।

ଏହାସହ ମୋର୍ଚ୍ଚାର କର୍ମୀମାନେ ବିଭିନ୍ନ ମଣ୍ଡି ବୁଲି ଧାନ କିଣା ଉପରେ ନଜର ରଖିବେ। ପ୍ରଥମ ଥର କରି ଧାନ କୁଇଣ୍ଟାଲ ପିଛା ୩୧୦୦ଟଙ୍କା ଦେଉଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛି କୃଷକ ମୋର୍ଚ୍ଚା ।

Leave a Reply

Your email address will not be published. Required fields are marked *