ଦେଶର ସବୁ ସମସ୍ୟା ଦୂର କରିବି; ଜିତିବା ପରେ ଏଭଳି କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଣି ଆମେରିକାରେ ରାଜ୍ କରିବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ। ଆଜି ଭୋଟ ଗଣତି ଥିବା ବେଳେ ଟ୍ରମ୍ପ ବହୁମତ ହାସଲ କରିବାରେ ଲାଗିଛନ୍ତି। ବିଜୟଠାରୁ ମାତ୍ର ଆଉ କିଛି ଦୂର ଥିବା ଟ୍ରମ୍ପ ପୁଣି ରାଷ୍ଟ୍ରପତି ପଦରେ ବସିବେ। ଦେଶବାସୀ ପୁଣି ତାଙ୍କୁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଫଳାଫଳ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଦେଶ ପାଇଁ କ’ଣ ସବୁ ସ୍ବପ୍ନ ଦେଖିଛନ୍ତି, ତାହା ଜଣାଇଛନ୍ତି।ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମେରିକାବାସୀମାନଙ୍କୁ ଧନ୍ୟବାଦ | ଏହା ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖି ନଥିଲି |

ଆମେ ଆମର ସୀମାକୁ ମଜବୁତ କରିବୁ | ଦେଶର ସମସ୍ତ ସମସ୍ୟାର ସମାଧାନ କରିବୁ |ସ୍ୱିଙ୍ଗ୍ ରାଜ୍ୟ ଭୋଟରଙ୍କୁ ଧନ୍ୟବାଦ ଜଣାଇ ଡୋନାଲ୍ଡ ଟ୍ରମ୍ପ କହିିଛନ୍ତି ଯେ, ମୁଁ ଆପଣଙ୍କ ପରିବାର ଏବଂ ଭବିଷ୍ୟତ ପାଇଁ ଲଢ଼ିବି। ଆଗାମୀ ଚାରି ବର୍ଷ ଆମେରିକା ପାଇଁ ସ୍ବର୍ଣ୍ଣିମ ହେବାକୁ ଯାଉଛି | ଜନସାଧାରଣ ଆମକୁ ଏକ ଦୃଢ଼ ଜନାଦେଶ ଦେଇଛନ୍ତି। ଏହା ଏଭଳି ଏକ ରାଜନୈତିକ ବିଜୟ ଯାହା ଆମେରିକା ପୂର୍ବରୁ କେବେ ଦେଖି ନଥିଲା। ମୁଁ ପ୍ରତିଦିନ ଏବଂ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଲଢ଼ିବି | ବର୍ତ୍ତମାନ ଆମେ କୌଣସି ଯୁଦ୍ଧକୁ ଅନୁମତି ଦେବୁ ନାହିଁ ।

Leave a Reply

Your email address will not be published. Required fields are marked *