ସମାଜସେବୀ ସ୍ୱର୍ଗତ ହରେକୃଷ୍ଣ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଞ୍ଜନଗର (ଓଡ଼ିଶା ଟୁଡେ) : ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ସମାଜସେବୀ ସ୍ଵର୍ଗତ ହରିକୃଷ୍ଣ ସାହୁ ୭୦ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ସେ ଜଣେ କର୍ଭବ୍ୟବାନ ଡାକ କର୍ମଚାରୀ ସହ ଜଣେ କମ୍ୟୁନିଷ୍ଟ ମାର୍ଶ୍ଵବାଦୀ ପାର୍ଟିର ଆଜୀବନ ସଦସ୍ୟ ଥିଲେ।ସେ ନିଜର କର୍ମମୟ ଜୀବନ ମଧ୍ୟରେ ବହୁ ସଂଗଠନ ସହ ଜଡିତ ହୋଇ ଅନେକ ଗୁଡିଏ ପଦରେ ରହି କାର୍ଯ୍ୟ ତୁଳାଇଥିଲେ। ଜଣେ ଶ୍ରମିକ ନେତା ଭାବେ ଓଡ଼ିଶାରେ କୋଣ ଅନୁକୋଣରେ ପରିଚିତ ଥିଲେ। ଭଞ୍ଜନଗର ବାଉଁଶ ଲୁଣ୍ଡି ଗ୍ରାମର ଅଗ୍ରଣୀ ରାଧାକୃଷ୍ଣ ପାଠାଗାରର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ। ସେହିପରି ବରିଷ୍ଠ ନାଗରିକ ମଞ୍ଚ ସ‌ହ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।

ଚାକିରୀ ରୁ ଅବସର ନେବା ପରେ ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଅଗ୍ର ଭାଗରେ ଥିଲେ। ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ଜଣେ ସକ୍ରିୟ ସଭ୍ୟ ରହିବା ସହ ଘୁମୁସର ଜିଲ୍ଲା ଆନ୍ଦୋଳନ ହେଉ ବା ହ ଜଣେ ସାଧାରଣ ଜନତା ର ଅଧୂକାର ପାଇଁ ପ୍ରଶାସନସହ ଲଢେଇ କରୁଥିଲେ। ଘୁମୁସର ବିକାଶ ପରିଷଦ ଟ୍ରଷ୍ଟ ର ଅନ୍ୟତମ ନ୍ୟାସୀ ଥିଲେ, ଜନସେବା ତାଙ୍କ ଜୀବନର ବ୍ରତ ଥିଲା । ଆଜିର ଏହି ଦୁଃଖଦ ଖବର ଶୁଣି ଭଞ୍ଜନଗର ତଥା ନିଜ ଗ୍ରାମ ବାଉଁଶ ଲୁଣ୍ଡି ଗ୍ରାମବାସୀ ମର୍ମାହତ ।

ତାଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ,ବାଉଁଶ ଲୁଣ୍ଡି ରାଧା କୃଷ୍ଣ ପାଠାଗାର ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ବାଉଁଶ ଲୁଣ୍ଡି ଗ୍ରାମଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶୋକସଭାରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ ସଭାପତିତ୍ୱ କରିଥିଲେ ‌।ଏତଦ୍ ବ୍ୟତୀତ ଏହି ଶୋକସଭାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗ ଦେବା ସହ ଶୋକ ସନ୍ତପ୍ତ ପରିବାରକୁ ଶାଲ୍ସନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଧାକୃଷ୍ଣ ପାଠାଗାର ବହୁ ସଦସ୍ୟ, ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ, ଶ୍ରମିକ ସଂଗଠନ ସଦସ୍ୟ, ଡାକ ବିଭାଗ କର୍ମଚାରୀ ତଥା ବହୁ ଗୁଣି ବିଜ୍ଞ ବ୍ୟକ୍ତି ମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *