
ଭଞ୍ଜନଗର, (ଓଡ଼ିଶା ଟୁଡେ) : ଭଞ୍ଜନଗର ବସଷ୍ଟାଣ୍ଡ ରୁ ମା’ ଦୁର୍ଗା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ବୁଧବାର ବିଳମ୍ବିତ ରାତି ତିରେ ଚୋରି ହୋଇଥିଲା । ଏନେଇ ଇଂଜନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଚୋରି ହୋଇଥୁବା ବସ୍କୁ ଛତ୍ରପୁର ନିକଟରେ ଠାବ କରାଯାଇଛି । ଚୋରି କିଏ କରିଛି ଏବଂ ଏହା ପଛରେ କ’ଣ ରହସ୍ୟ ରହିଛି, ଏହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ପୋଲିସ ପକ୍ଷରୁ ମିଳିଥୁବା ସୂଚ ସୂଚନା, ପ୍ରକାରେ ଘଟଣା ସ୍ଥଳରୁ ବସ୍ ଠାବ ହେଲାପରେ, ବସ୍ ର ତେଲ ଟାଙ୍କିରୁ ତେଲ ବାହାର କରି ନିଆଯାଇ ଇଛି । ତେବେ ଏହା ପଛରେ କି ପ୍ରକାର ରହସ୍ୟ ରହିଛି ଏବଂ କିଏ ଚୋରି କରିଛି, ତାହା ଏବେ ରହସ୍ୟରେ ରହିଛି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ । ଏନେଇ ଇଂଜନଗର ଥାନା କେଶ୍ ନଂ ୧୦୫୦ / ୨୪ରେ ଏକ ମାମଲା ରୁଜୁ ହୋଇଛି ।