ପଦ୍ମ ବିଜେତାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମାସକୁ ଦେବେ ଏତିକି ଟଙ୍କା

ଭୁବନେଶ୍ୱର: ପଦ୍ମ ବିଜେତା ଓ ତାଙ୍କ ପରିବାର ପାଇଁ ଓଡ଼ିଶା ସରକାର ଖୁସି ଖବର ଆଣିଛନ୍ତି। ‌ମୋହନ ଚରଣ ମାଝୀଙ୍କ ସରକାର ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟକ ରାଶି ଭାବେ ମାସକୁ ୩୦ ହଜାର ଟଙ୍କା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ ସହ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।

ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ।ପଦ୍ମ ବିଜେତାଙ୍କୁ ଏହି ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ କରିବେ ।

Leave a Reply

Your email address will not be published. Required fields are marked *