
କଟକ: ଦୀର୍ଘ ଦିନର ନିରବତା ପରେ ଓଲିଉଡ ଜଗତକୁ ପୁଣି କଳି ଫେରିଛି। ଅଭିନେତା ତଥା ରାଜନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ମନୋଜ ମିଶ୍ରଙ୍କ ନାଁରେ ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ୍ ଅଭିଯୋଗ ଆଣିଛି ।
ଏନେଇ ଆସୋସିଏସନ ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ କୌଣଷି ନୂଆ ଫିଲ୍ମ ଆସିଲେ ମନୋଜ ମିଶ୍ର ଓଡ଼ିଆ ଫିଲ୍ମ ଓ ନିର୍ଦେଶକ, ପ୍ରଯୋଜକ ଏବଂ ଅଭିନେତାଙ୍କୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ କରୁଛନ୍ତି। ଶ୍ରୀ ମିଶ୍ରଙ୍କ ଆକ୍ଷେପ ଆମକୁ କଷ୍ଟ ଦେଉଛି। ସେ କିଛି ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି। ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି। ସୋସିଆଲ ମିଡିଆରେ ଏଭଳି ଆକ୍ଷେପ ଯୋଗୁଁ କଷ୍ଟ ଲାଗୁଛି ।