କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଁ ଗାଁ ଠାରେ ଥିବା କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଖଜୁରୀପଡ଼ା ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ବାଲି ସୁଗ୍ରି ଗ୍ରାମର ରସାନନ୍ଦ ମଲ୍ଲିକଙ୍କ ସାନ ପୁଅ ଆନନ୍ଦେଶ୍ୱର୍ ମଲ୍ଲିକ (୧୬) । ଅଭିଯୋଗ ପାଇ ଘଟଣା ସ୍ଥଳରେ ପୁଲିସ ,ତହସିଲଦାର ସୌମ୍ୟରଂଜନ ପାତ୍ର, ଅତିରିକ୍ତ ତହସିଲଦାର ବ୍ରହ୍ମାନନ୍ଦ ଥାଟି, ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବିନାରାୟଣ ମିଶ୍ର ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ୍ ମୁର୍ମୁ ପ୍ରମୁଖ ପହଞ୍ଚି ଥିଲେ ।ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଁ ଗାଁ ଠାରେ ଥିବା କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଖଜୁରୀପଡ଼ା ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ବାଲି ସୁଗ୍ରି ଗ୍ରାମର ରସାନନ୍ଦ ମଲ୍ଲିକଙ୍କ ସାନ ପୁଅ ଆନନ୍ଦେଶ୍ୱର୍ ମଲ୍ଲିକ (୧୬) ।

ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରି ୨୭/୨୪ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣା ପଡ଼ିବ ବୋଲି ବୋଲି ତଦନ୍ତ ଅଧିକାରୀ ପ୍ରଦୀପ କୁମାର୍ ନିମାଲ ପୁରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *