ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହାୟକ ବଣ୍ଟନ ଶିବିର ଅନୁଷ୍ଠିତ

ଭଞ୍ଜନଗର (ଓଡ଼ିଶା ଟୁଡେ) : ଅଦ୍ୟ ତା ୧୯.୧୧.୨୦ରିଖ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଏସ୍. ଧନଜୟ ଉଦ୍ଘାଟନ କରିଥିଲେ,ସଂମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ସତପଥୀ ଯୋଗଦେଇଥିଲେ । ଉକ୍ତ ଶିବିରରେ ପୋଲସରା, ବୁଗୁଡ଼ା, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ସୋରଡ଼ା ଓ ଭଞ୍ଜନଗର ବ୍ଲକର ଶ୍ରବଣ ବଧିତ ଓ ଶାରୀରିକ ବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପସ୍ଥିତ ରହି ସେମାନଙ୍କ ଶ୍ରବଣ ଯନ୍ତ୍ର ଓ କ୍ୟାଲିପରଗୁଡ଼ିକୁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଧନଞ୍ଜୟ ଏଂବ ସୂଚନା ଲୋକ ସମ୍ପର୍କ ଅଧିକାରି ଶ୍ରୀଯୁକ୍ତ ଶତପଥୀ ପିଲାମାନଙ୍କୁ ପ୍ରଦାନ କରିଥିଲେ। ଭଞ୍ଜନଗର ଏ ବି.ଇ.ଓ ଶ୍ରୀ ସୂର୍ଯ୍ୟ ନାୟକ, ଶ୍ରୀ ଚରଣ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।ସମସ୍ତ ବ୍ଲକ୍ ରେଶୋର୍ସ ପର୍ସନ, ଆଇ.ଇ.ଭି ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *