ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ । ଖୁବଶୀଘ୍ର ତାଙ୍କ ଗସ୍ତର ତାରିଖ ଚୂଡ଼ାନ୍ତହେବ । କ୍ରେମଲିନର ପ୍ରେସ୍ ସେକ୍ରେଟାରୀ ଦିମିତ୍ରୀ ପେସ୍କୋଭ ଆଜି ଏହି ସୂଚନା ଦେଇଛନ୍ତି। ପୁତିନଙ୍କ ଗସ୍ତ ଉପରେ ବିଶ୍ୱର ନଜର ରହିବ କାରଣ ଏହି ସମୟରେ ସେ ପିଏମ ମୋଦୀଙ୍କୁ ଭେଟିବେ । ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଥିବା ବେଳେ ଉଭୟ ମୋଦୀ ଓ ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି।ଚଳିତ ବର୍ଷ ଜୁଲାଇ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆରେ ପୁଟିନଙ୍କୁ ଭେଟିଥିଲେ ।

ଏହି ବୈଠକରେ ଦୁଇ ନେତାଙ୍କ ଘନିଷ୍ଠତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ୟୁକ୍ରେନ ଉପରେ ରୁଷ୍ ର ଆକ୍ରମଣର ପ୍ରାୟ ଦୁଇ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ରୁଷିଆ ଗସ୍ତ ଥିଲା । ଏହି ଗସ୍ତକୁ ଏକ ବ୍ୟାପକ ଭୂ-ରାଜନୈତିକ ପରିପ୍ରେକ୍ଷୀ ଏବଂ ସୂଚକ ଭାବରେ ଦେଖିବାକୁ ମିଳିଥିଲା । ମସ୍କୋରେ ପହଞ୍ଚିବା ପରେ ମୋଦୀ କହିଥିଲେ ଯେ ଭବିଷ୍ୟତରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ତୀବ୍ର କରିବାକୁ ସେ ଆଗ୍ରହୀ ଏବଂ ଭାରତ ଏବଂ ରୁଷ୍ ମଧ୍ୟରେ ସୁଦୃଢ଼ ସମ୍ପର୍କ ଆମ ଲୋକମାନଙ୍କୁ ବହୁତ ଉପକୃତ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ଅଞ୍ଚଳ ପାଇଁ ସହାୟକ ଭୂମିକା ଗ୍ରହଣ କରିବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *