ଚାଷକାମରେ ଟେକ୍ନୋଲୋଜି ବ୍ୟବହାର କରି ଲାଭବାନ ହୁଅନ୍ତୁ: କେନ୍ଦ୍ରମନ୍ତ୍ରୀ

ରାଉରକେଲା: ପାରଂପରିକ ଚାଷକାମରେ ଟେକ୍ନୋଲୋଜିର ବ୍ୟବହାର କରାଯାଉଛି। ସମୟ ଅନୁସାରେ ଚାଷ କାମର ଧାରା ମଧ୍ୟ ବଦଳିଛି। ଚାଷୀଭାଇମାନେ ସେୟମାନଙ୍କର ଚାଷକାମରେ ଟେକ୍ନୋଲୋଜିକୁ ବ୍ୟବହାର କରନ୍ତୁ। ଏହା ଦ୍ବାରା ସେମାନେ ଅଧିକ ଲାଭବାନ ହୋଇପାରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ଏହା କହିଛନ୍ତି। ରାଉରକେଲାର ବେଦବ୍ୟାସ ଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ, ମୁଁ ଏକ ଚାଷୀ ପରିବାରରୁ ଆସିଛି। ଚାଷକାମ ଶିଖିଛି ଓ ଏହା କରିଛି। ଚାଷରେ ବ୍ୟବହାର ହେଉଥିବା ବିଭିନ୍ନ ଟେକ୍ନୋଲୋଜି ସହିତ ଜଡ଼ିତ ଥିବାରୁ ଏହା ତାଙ୍କୁ ଚାଷରେ ସହଯୋଗ କରୁଛି। ନୂଆନୂଆ ଟେକ୍ନୋଲୋଜି ମାଧ୍ୟମରେ ଚାଷ କରି ଚାଷୀମାନେ ଲାଭ ବାନ ହୋଇ ପାରିବେ। କୃଷି ଯନ୍ତ୍ରପାତି ମେଳାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାକ ଟ୍ରାକ୍ଟର ନିଜେ ଟ୍ରାକ୍ଟର ଚଳାଇଛନ୍ତି ।

ସେ ବିଭିନ୍ନ କମ୍ପାନିର ଟ୍ରାକ୍ଟର ଚଳାଇ ଟେଷ୍ଟ ଡ୍ରାଇଭ କରିଛନ୍ତିl ସୂଚନାଯୋଗ୍ୟ, ବେଦବ୍ୟାସ ପୀଠରେ ଚାଲିଥିବା ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷ ପାଇଁ ବ୍ୟବହାର ହେଉଥିବା କୃଷି ଯନ୍ତ୍ର ପାତି ସହିତ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ସରଞ୍ଜାମ ପ୍ରଦର୍ଶିତ ହୋଇଛିl ଚାଷୀମାନେ ଏହି ମେଳାକୁ ଆସି କୃଷି ବିଭାଗର ଅଧିକାରୀଙ୍କ ଠାରୁ ଚାଷ ସଂପର୍କିତ ପରାମର୍ଶ ନେଉଛନ୍ତି। ଚାଷୀ ନିଜ ଚାଷ ପାଇଁ ବିଭିନ୍ନ ପ୍ରକାରର ଯାନ୍ତ୍ରିକ ସରଞ୍ଜାମ ନେଇ କିଭଳି ଚାଷ କାମକୁ ସହଜ କରିବା ସହ ଅଧିକ ଲାଭବାନ ହେବ ସେଇ ଲକ୍ଷ ନେଇ ପ୍ରତ୍ୟେକ ବର୍ଷ ଏହି କୃଷି ଯନ୍ତ୍ରପାତି ମେଳାର ଆୟୋଜନ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଉଛି ।

Leave a Reply

Your email address will not be published. Required fields are marked *