ପ୍ରଧାନମନ୍ତ୍ରୀଙ୍କୁ ଗୁୟାନାର ଅର୍ଡର୍ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ କରାଗଲା

ନୂଆଦିଲ୍ଲୀ : ଗୁୟାନାର ରାଷ୍ଟ୍ରପତି ଆଜି ଷ୍ଟେଟ୍ ହାଉସ୍‌ରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଦ ଅଡର୍ ଅଫ୍ ଏକ୍ସଲେନ୍ସ” ପ୍ରଦାନ କରିଛନ୍ତି। ଜଣେ ଦୂରଦର୍ଶୀ ରାଜନେତା ରୂପରେ ବିଶ୍ୱ ମଞ୍ଚରେ ବିକାଶଶୀଳ ରାଷ୍ଟ୍ରଙ୍କ ଦାବି ଉଠାଇବା, ବିଶ୍ୱ ସମୁଦାୟ ପାଇଁ ଅତୁଳନୀୟ ସେବା ତଥା ଭାରତ-ଗୁୟାନାର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ପୁରସ୍କାର ଗ୍ରହଣ କରିବାବେଳେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ଲୋକମାନଙ୍କୁ ତଥା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ତାଙ୍କ ଗସ୍ତ ଭାରତ-ଗୁୟାନାର ବନ୍ଧୁତାକୁ ଗଭୀର କରିବା ଦିଗରେ ଭାରତର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ ।

ଗୁୟାନାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିଦେଶୀ ନେତା ।

Leave a Reply

Your email address will not be published. Required fields are marked *