ଗୁୟାନାର ପ୍ରମୁଖ କ୍ରିକେଟରଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ମତ ବିନିମୟ ଅବସରରେ କହିଥିଲେ,କ୍ରିକେଟ ଭାରତ ଓ ଗୁୟାନାକୁ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି ।ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:“କ୍ରିକେଟ ମାଧ୍ୟମରେ ଜଡ଼ିତ ହେବା! ଗୁୟାନାର ପ୍ରମୁଖ କ୍ରିକେଟ ଖେଳାଳିଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କଲି । ଏହି ଖେଳ ଆମ ଦୁଇ ଦେଶ ମଧ୍ୟରେ ଆତ୍ମୀୟତା ବଢ଼ାଇଛି ଏବଂ ଆମର ସାଂସ୍କୃତିକ ସମ୍ପର୍କକୁ ଅଧିକ ପ୍ରୋତ୍ସାହିତ କରିଛି ।”

Leave a Reply

Your email address will not be published. Required fields are marked *