ରବିବାର ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ: ଚାଷୀଙ୍କୁ ଡିବିଟିରେ ସବସିଡି ଦେବେ

ବରଗଡ଼: ଚାଷୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରକ୍ଷା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତରେ ଯିବେ। ବରଗଡ଼ ଜିଲ୍ଲା ସୋହେଲା ଗସ୍ତ କରି ଚାଷୀମାନଙ୍କୁ ୮ ଶହ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିବେ। ପୂର୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସୋହେଲାର ହଳଦୀପାଲି ପଡ଼ିଆକୁ ଆସି ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବାକୁ କହି ଠକିଥିଲେ ସେହି ପଡ଼ିଆରେ ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ବରଗଡ଼ ଯିବେ। ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ , ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ , ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିୟାଙ୍କ ସମେତ ବିଜେପିର ବହୁ ନେତା ସାମିଲ ହେବେ ।

ସୂଚନାଯୋଗ୍ୟ, ୨୦ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଧାନ ବିକ୍ରିରେ ଅଚଳାବସ୍ଥା ଲାଗିରହିଛି । ଟୋକନ ସମସ୍ୟା ଠାରୁ ଆରମ୍ଭ କରି କଟନିଛଟନି ଆଦି ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ଧାନ ବିକି ପାରୁନାହାନ୍ତି । ଫଳରେ ଧାନ ବିକ୍ରି ହୋଇ ନ ପାରି ବିଭିନ୍ନ ମାର୍କେଟରେ, ଖଳାରେ ଓ ରାସ୍ତା କଡ଼ରେ ଗଦା ହୋଇ ରହିଛି ।

Leave a Reply

Your email address will not be published. Required fields are marked *