
ଭୁବନେଶ୍ବର/ ମାଲକାନଗିରି: ମାଲକାନଗିରିରେ ବସ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ଏହାଛଡ଼ା ସେ ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ଘୋଷଣା କରିଛନ୍ତି। ମାଲକାନଗିରି ନିକଟସ୍ଥ ଏମ୍ଭି-୭ ଗାଁ ନିକଟରେ ଗତକାଲି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବସ୍ ଧକ୍କାରେ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଏମ୍ଭି-୮୬ର ପ୍ରତାପ ବିଶ୍ବାସ, ଗୁଡ଼ୁ ବିଶ୍ବାସ ଓ କରଣ ସେନ। ସୂଚନାଯୋଗ୍ୟ, ମାଲକାନଗିରି ନିକଟସ୍ଥ ଏମ୍ଭି-୭ ଗାଁ ନିକଟରେ ଗତକାଲି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବସ୍ ଧକ୍କାରେ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ମୃତକମାନେ ହେଲେ ଏମ୍ଭି-୮୬ର ପ୍ରତାପ ବିଶ୍ବାସ, ଗୁଡ଼ୁ ବିଶ୍ବାସ ଓ କରଣ ସେନ। ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଲକାନଗିରିରୁ ପଡ଼ିଆ ଚଳାଚଳ କରୁଥିବା ଓଏସ୍ଆରଟିସି ବସ୍ (ଓଡି-୩୦-୪୯୦୯) ସଂଧ୍ୟା ପ୍ରାୟ ୬ଟାରେ ତମସା ନଦୀ ଅତିକ୍ରମ କରୁଥିଲା। ଗୋଟିଏ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ୍କୁ ଏହା ଜୋର୍ରେ ଧକ୍କା ଦେବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଯାହାଫଳରେ ୩ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ହେବାରୁ ବସ୍ ଚାଳକ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସକୁ ଖବର ଦିଆଯିବାରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫେରାର ଡ୍ରାଇଭରଙ୍କ ସନ୍ଧାନ ଚାଲିଥିବା ପୁଲିସ କହିଛି ।
ସୂଚନାଯୋଗ୍ୟ, ଏମ୍ଭି-୭ ଏବଂ ମାଲକାନଗିରି ମଧ୍ୟରେ ଉକ୍ତ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଗାଡ଼ିର ବେଗ କମାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।