ମଙ୍ଗଳବାର ଲୋକସଭାରେ ଆଗତ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍

ନୂଆଦିଲ୍ଲୀ: ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆସନ୍ତାକାଲି ଅର୍ଥାତ୍ ୧୭ ଡିସେମ୍ବର ୨୦୨୪ ମଙ୍ଗଳବାର ଦିନ ଏକ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଲୋକସଭାରେ ଆଗତ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଉପସ୍ଥାପନ କରିବେ। ‘ୱାନ୍ ନେସନ୍ ଓ୍ଵାନ୍ ଇଲେକ୍ସନ୍’ ହେଉଛି ମୋଦୀ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ ପ୍ରତିଶ୍ରୁତି।ପୂର୍ବରୁ ଏହି ବିଲକୁ ୧୬ ତାରିଖ ପାଇଁ ଗୃହର ଏଜେଣ୍ଡାରେ ତାଲିକାଭୁକ୍ତ ହୋଇଥିଲା। ତେବେ ଏହାକୁ ଗୋଟିଏ ଦିନ ବିଳମ୍ବରେ ଅର୍ଥାତ୍ ଡିସେମ୍ବର ୧୬ ଅର୍ଥାତ ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରାଯିବ।ସୂଚନା ଅନୁଯାୟୀ, ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ପାଇଁ ଉଦ୍ଦିଷ୍ଟ ସମ୍ବିଧାନ ସଂଶୋଧନ ବିଲ୍ ମଙ୍ଗଳବାର ସଂସଦରେ ଆଗତ ହେବାର ସମ୍ଭାବନା ରହିଛି। ଏହାକୁ ଦୁଇ ଗୃହର ମିଳିତ କମିଟିକୁ ପଠାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସ୍ଥାନୀୟ ନିର୍ବାଚନ କିପରି ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ।ପୂର୍ବରୁ ଏହି ବିଲକୁ ୧୬ ତାରିଖ ପାଇଁ ଗୃହର ଏଜେଣ୍ଡାରେ ତାଲିକାଭୁକ୍ତ ହୋଇଥିଲା। ତେବେ ଏହାକୁ ଗୋଟିଏ ଦିନ ବିଳମ୍ବରେ ଅର୍ଥାତ୍ ଡିସେମ୍ବର ୧୬ ଅର୍ଥାତ ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରାଯିବ। ମୋଦୀ ସରକାର ସାଂସଦମାନଙ୍କୁ ଏହି ବିଲ୍ ର ନକଲ ବଣ୍ଟନ କରିଛନ୍ତି, ଯାହାଦ୍ୱାରା ସେମାନେ ଏହାକୁ ଅଧ୍ୟୟନ କରିପାରିବେ। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୨୦ରେ ଶେଷ ହେଉଛି। ତେଣୁ ଏକ ଦେଶ ଗୋଟିଏ ନିର୍ବାଚନ ସମ୍ବନ୍ଧୀୟ ଏହି ବିଲ୍ ଉପସ୍ଥାପନ କରିବାକୁ ସରକାରଙ୍କ ପାଖରେ ମାତ୍ର ୪ ଦିନ ବାକି ରହିଛି ।

Leave a Reply

Your email address will not be published. Required fields are marked *