ଓଡ଼ିଶାରେ ପ୍ରବଳ ଥଣ୍ଡା, ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ଲହରି, ଥଣ୍ଡାରେ ଥରହର ସାରା ଓଡ଼ିଶା । ଆଜି ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର । ଭୁବନେଶ୍ବର, କଟକ, ପାରାଦୀପ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠୁ ୨ରୁ ୪ ଡିଗ୍ରି କମ୍ ତାପମାତ୍ରା ରେକର୍ଡ ହୋଇଛି। ଏଣେ ଦାରିଙ୍ଗାବାଡ଼ି ଓ ଫୁଲବାଣୀରେ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।ଝାରସୁଗୁଡ଼ା ଓ ରାଉରକେଲା ସହରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଝାରୁସୁଗୁଡ଼ାରେ ୬.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ମଧ୍ୟ ୫.୬ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୮.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି, କେନ୍ଦୁଝରରେ୯.୨ ଡିଗ୍ରି, ସୁନ୍ଦରଗଡ଼ରେ ୯.୪ ଡିଗ୍ରି, ଭବାନୀପାଟଣାରେ ରାତିର ତାପମାତ୍ରା ୯.୪ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।ତେଣେ ଝାରସୁଗୁଡ଼ା ଓ ରାଉରକେଲା ସହରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଝାରୁସୁଗୁଡ଼ାରେ ୬.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ମଧ୍ୟ ୫,୬.୮ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୮.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି, କେନ୍ଦୁଝରରେ୯.୨ ଡିଗ୍ରି, ସୁନ୍ଦରଗଡ଼ରେ ୯.୪ ଡିଗ୍ରି, ଭବାନୀପାଟଣାରେ ରାତିର ତାପମାତ୍ରା ୯.୪ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି। ସେହିପରି ଟୁଇନସିଟି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଛି । କଟକରେ ତାପମାତ୍ରା ୧୧.୫ ଓ ଭୁବନେଶ୍ୱରରେ ୧୦,୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *