+୨ ପରୀକ୍ଷା ପ୍ରସ୍ତୁତି ଆରମ୍ଭ: ୨୩ରୁ ପଠାଯିବ ପ୍ରାକ୍ଟିକାଲ୍‌ ପ୍ରଶ୍ନପତ୍ର

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ୧୨୭୬ କେନ୍ଦ୍ରରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ତା’ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍‌ ପରୀକ୍ଷା କରାଯିବ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଉତ୍ତର ଖାତା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜପତ୍ର ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଉଭୟ ଥିଓରି ଓ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଆବଶ୍ୟକୀୟ ଫର୍ମ, ସାଧା ଉତ୍ତର ଖାତା ଏବଂ ପ୍ରାକ୍ଟିକାଲ ପରୀକ୍ଷାର ପ୍ରଶ୍ନପତ୍ର ଓ ମାର୍କ ଫୁଏଲ୍‌ ସିଏଚ୍‌ଏସ୍‌ଇ ମୁଖ୍ୟାଳୟରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପଠାଯିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।୩୧ ସୁଦ୍ଧା ପହଞ୍ଚିବ ଥିଓରି ଓ ପ୍ରାକ୍ଟିକାଲ୍‌ ଉତ୍ତର ଖାତାଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି ନଜରରେ ରଖିବାକୁ ନିର୍ଦ୍ଦେଶଡିସେମ୍ବର ୨୩ରୁ ୩୧ ମଧ୍ୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ କାଗଜପତ୍ର ପହଞ୍ଚିବ। ନିୟମିତ ଅଫିସ୍‌ ସମୟ ବ୍ୟତୀତ ଅନ୍ୟ ବେଳେ ମଧ୍ୟ ପରିଷଦର କର୍ମଚାରୀମାନେ କାଗଜପତ୍ର ନେଇ ପହଞ୍ଚିପାରନ୍ତି। ତେଣୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ପରିଷଦ ପକ୍ଷରୁ ପଠାଯାଇଥିବା ପ୍ରଶ୍ନପତ୍ର ଓ ସାଧା ଉତ୍ତର ଖାତାଗୁଡ଼ିକୁ ଭଲ ଭାବେ ଗଣି ରଖିବା ଦିଗରେ ପଦକ୍ଷେପ ନେବେ। ଯଦି କୌଣସି ସ୍ଥାନରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାଠାରୁ ଉତ୍ତର ଖାତା କିମ୍ବା ପ୍ରଶ୍ନପତ୍ର କମ୍‌ ରହିଥିବ ତାହା ହେଲେ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରାଇବେ। ପରୀକ୍ଷା କେନ୍ଦ୍ରର ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିସିଟିଭି ନଜରରେ ପ୍ରଶ୍ନପତ୍ର ପ୍ୟାକେଟ୍‌ କିଭଳି ରହିବ ସେଦିଗରେ ପଦକ୍ଷେପ ନେବେ ।

ଖୋଲାଯାଇଥିବା ପ୍ରଶ୍ନପତ୍ରଗୁଡ଼ିକର ପ୍ୟାକିଂ ସାମଗ୍ରୀ ଏକ ମାସ ଧରି ଷ୍ଟ୍ରଙ୍ଗରୁମ୍‌ରେ ସଂରକ୍ଷିତ କରି ରଖିବାକୁ କୁହାଯାଇଛି। ସୁପରିଟେଣ୍ଡେଣ୍ଟମାନେ ପରିଷଦ ପକ୍ଷରୁ ନିୟମିତ ବ୍ୟବଧାନରେ ପଠାଯାଉଥିବା ଚିଠି ତଥା ବିଜ୍ଞପ୍ତିକୁ ଭଲ ଭାବେ ପଢ଼ିବା ସହ ଏଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।ଫେବ୍ରୁଆରି ୧୮ରୁ ଆରମ୍ଭ ହେବାକୁ ଥିବା ଥିଓରି ପରୀକ୍ଷା ଲାଗି ଇତିମଧ୍ୟରେ କେନ୍ଦ୍ର ସୁପରି‌ଣ୍ଟେଣ୍ଡେଣ୍ଟ ଚୟନ ଶେଷ ହୋଇଛି। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଛି ସେଠାକାର ଅଧ୍ୟକ୍ଷ ସୁପରି‌ଣ୍ଟେଣ୍ଡେଣ୍ଟ ଦାୟିତ୍ବରେ ରହିଛନ୍ତି। ଯେଉଁ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ନିକଟ ସମ୍ପର୍କିୟ ଯଥା ପୁଅ, ଝିଅ, ସ୍ବାମୀ, ପତ୍ନୀ, ଭାଇ, ଭଉଣୀ, ବାପା, ମା’ ସମ୍ପୃକ୍ତ କେନ୍ଦ୍ରରେ ପରୀକ୍ଷା ଦେଉଥିବେ ସେଠାରେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ କେନ୍ଦ୍ର ସୁପରି‌ଣ୍ଟେଣ୍ଡେଣ୍ଟ ରହିନାହାନ୍ତି। ବରଂ କଲେଜର ବରିଷ୍ଠ ଅଧ୍ୟାପକଙ୍କୁ ସୁପରି‌ଣ୍ଟେଣ୍ଡେଣ୍ଟ ଭାବେ ଚୟନ କରାଯାଇଛି। ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଡେପୁଟି ସୁପରି‌ଣ୍ଟେଣ୍ଡେଣ୍ଟ ରହିଛନ୍ତି। ଏହାବ୍ୟତୀତ ପରୀକ୍ଷା କେନ୍ଦ୍ରରେ ପିଲା ସଂଖ୍ୟା ଅନୁଯାୟୀ ଡେପୁଟି ସୁପରି‌ଣ୍ଟେଣ୍ଡେଣ୍ଟଙ୍କୁ ନିୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *